Tuesday, August 23, 2022
Homeସାତ ଦିନ ପାଇଁ ବେଲାରୀ ନଦୀ ପୋଲ ତଳେ ଧ୍ୟାନମଗ୍ନ ମହିଳା

ସାତ ଦିନ ପାଇଁ ବେଲାରୀ ନଦୀ ପୋଲ ତଳେ ଧ୍ୟାନମଗ୍ନ ମହିଳା


ନବରଙ୍ଗପୁର:-ଡାବୁଗାଁ ବ୍ଲକ ଜୁନାପାଣି ଅଂଚଳରେ ଏକ ଆଜି କୁ ଚାରିଦିନ ହେଲା କାମତା ଗାଁ ର ମହିଳା ଧ୍ୟାନସ୍ଥ ହୋଇ କୋଇଲାରୀ ନିକଟସ୍ଥ ବେଲାରୀ ନଦୀ ବ୍ରିଜ ତଳେ ଧ୍ୟାନମଗ୍ନ ହୋଇ ବସିଛନ୍ତି। ପଚାରିଲେ ବିଶେଷ କିଛି କହୁ ନାହାନ୍ତି ଏବଂ କିଛି ଖାଉ ନାହାନ୍ତି। ଜଣେ ସ୍ଥାନୀୟ ଲୋକ କହିବା ଅନୁଯାୟୀ ମାଁ ଙ୍କ ଶରୀରରେ  ଲକ୍ଷ୍ମୀ ମାଁ ଅଛନ୍ତି।ଏହା ବିଶ୍ୱାସ ନା ଅନ୍ଧବିଶ୍ୱାସ ତାହା ଜଣା ପଡୁନି।  କାରଣ  ଆଜକୁ ଚାରିଦିନ ହେଲା ମାଁ ଜଣକ ଏଭଳି ବସିଥିବା ଜୁନାପାଣି ଓ କୋଇଲାରୀ ପଞ୍ଚାୟତ ବାସୀ କହୁଛନ୍ତି।  କିଛି ଲୋକ ଏହାକୁ ଆସ୍ଥା ସହ ଯୋଡ଼ି ଦେଖୁଥିବା ସ୍ଥଳେ ଆହୁରି କିଛି ମହିଳା ଙ୍କ ମାନସିକ ସ୍ଥିତି ଉପରେ ସନ୍ଦେହ କରୁଛନ୍ତି।  ଯାହାବି ହେଉ ନିର୍ଜନ ସ୍ଥାନରେ ବସିଥିବା ମହିଳା ଜଣକର ସୁରକ୍ଷା ଉପରେ ଗୁରୁତ୍ବ ଦେବା ଉଚିତ । ବର୍ତ୍ତମାନ ଏହି ଖବର  ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!