Tuesday, August 23, 2022
Homeକେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ

କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ

ତାଳଚେର ତା 11/11  ଆଜି ତାଳଚେର ଦେଲବେଡ଼ା ସ୍ଥିତ ଡ଼ିସିଆଇ କ୍ଲବ ପରିସରରେ କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି ତଥା ଉପଜିଲ୍ଳାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୨୯ତାରିଖ ହେବାକୁ ଥିବା ଗଣେଶପୂଜା ଭସାଣୀ ଶୋଭାଯାତ୍ରାର ଭାଗନେବା ପାଇଁ ପୂଜାମଣ୍ଡପ ଗୁଡ଼ିକ କ୍ରମାନୁଯାୟୀ ଯିବା ନିମନ୍ତେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭସାଣୀ ଉତ୍ସବରେ ୩୪ଟି ମେଢ଼ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଗଣେଶପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସତ୍ୟପାଠ ଦାଖଲ କରିଥିଲେ । ସେଗୁଡ଼ିକ ହେଲା ଡ଼ିଜେ ସାଉଣ୍ଡ ନିଷିଦ୍ଧ, କର୍ମକର୍ତାମାନେ ମଦ୍ୟପାନ କରିବେ ନାହିଁ, ସମସ୍ତ ସଦସ୍ୟ ପ୍ରଶାସନକୁ ପୁନଃମାତ୍ରାରେ ସହଯୋଗ କରିବେ, ଭସାଣୀରେ ମେଢ଼ କିମ୍ବା ସାଉଣ୍ଡସିଷ୍ଟମ ଭୂମି ଠାରୁ ଉଚ୍ଚତା ୧୨ଫୁଟ୍ ଏବଂ ଓସାର ୧୦ଫୁଟ୍ ରହିବ, ଭସାଣୀ ଉତ୍ସବ ଦିନ ସକାଳୁ ୮ଘଟିକା ସୁଦ୍ଧା ସମସ୍ତ ମେଢ଼ ମେଲଣ ପଡ଼ିଆରେ ପଂହଚିବେ । ଭସାଣୀରେ ମ୍ୟୁଜିୟମ ସିଷ୍ଟମକୁ ଛାଡ଼ି ସର୍ବାଧିକ ୫ଗୋଟି କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିବ, ପୂଜା କମିଟି ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବେ ଇତ୍ୟାଦି । ଏହି ନିୟମକୁ ଉଲଘଂନ କରାଗଲେ ୩ବର୍ଷ ପାଇଁ ଭସାଣୀ ଶୋଭାଯାତ୍ରାରୁ ବଂଚିତ ହେବେ ଓ ସର୍ତ ଉଲଘଂନ ହେଲେ କେନ୍ଦ୍ରୀୟ ପୂଜା କମିଟି ଦୃଷ୍ଟାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । କୌଣସି ସର୍ତ ଉଲଘଂନ ସମ୍ପର୍କରେ ସ୍ଥାନୀୟ ଥାନା ଅଧିକାରୀ କିମ୍ବା ମୂତୟନ ମାଜିଷ୍ଟ୍ରେଟ୍ ଲିଖିତ ଭାବରେ ତାଳଚେର ଉପଜିଲ୍ଳାପାଳଙ୍କ ପାଖରେ ଦାଖଲ କରିପାରିବେ ଓ ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ପୂଜାକମିଟି ଯାହା ନିଷ୍ପତି ନେବେ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା କମିଟି ମାନିବାକୁ ବାଧ୍ୟ ହେବ ବୋଲି ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପୂଜାକମିଟିର ସଦସ୍ୟମାନେ ଉପସ୍ଥିତଥିଲେ ।
ଅଭିଭାବକ ସଂଘ ଦ୍ୱାରା ସ୍ୱାଗତ ସମ୍ବର୍ନ୍ଧନା
ତାଳଚେର ତା 11/11 ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ନୂତନ ଅଧ୍ୟକ୍ଷଭାବେ ଡ଼ଃ ସମୀର କାନନଗୋଙ୍କୁ ନ୍ୟସ୍ତ କରାଯାଇଛି । ଏଥିରେ ତାଳଚେର ଅଭିଭାବକ ମହାସଂଘ ଡ଼ଃ କାନୁନଗୋଙ୍କୁ ଉତୋରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ନ୍ଧିତ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାଦାନ ସହ ମୌଳିକ ସୁବିଧା ଗୁଡ଼ିକ କିପରିଭାବେ ଅଗ୍ରଗତି କରିପାରିବ ତାଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କିଭଳି ଭାବେ ଛାତ୍ରଛାତ୍ରୀମାନେ ସାରା ଓଡ଼ିଶାରେ ଖ୍ୟାତିଅର୍ଜନ କରିପାରିବେ ଆଲୋଚନା କରାଯାଇଥିଲା । ଏହି ସ୍ୱାଗତସମ୍ବର୍ନ୍ଧନାରେ ଜିଲ୍ଳା ଅଭିଭାବକ ମହାସଂଘର ଆବାହାକ ସଞ୍ଜିବ କୁମାର ପଟ୍ଟନାୟକ, ତାଳଚେର ଅଭିଭାବକ ମହାସଂଘ ତଥା ରାଜ୍ୟ ସହସମ୍ପାଦକ ବିସ୍ମୟ କୁମାର ଦାସ, କୋଷାଧ୍ୟକ୍ଷ ତଥା ବିଦ୍ୟାଳୟ ମ୍ୟାନେଜମେଂଟ କମିଟି ସଦସ୍ୟ ଶରତ କୁମାର ଦାସ ଉପସ୍ଥିତ ଥିଲେ ।
ତାଳଚେର ବ୍ଲକ ଜଗନ୍ନାଥପୁର ଓ  ପଦ୍ମାବତୀପୁର ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
ତାଳଚେର ତା11/11 ଶହୀଦ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଗ୍ରହ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଛି ।ଶହୀଦ ,ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବାସସ୍ଥାନ ଓ ଗ୍ରାମରୁ ଅମୃତ କଳସ ରେ ଭବ୍ୟ ପରିବେଶରେ ବୀର ମାଟି ସଂଗ୍ରହ କରାଯିବା ସହ ସମସ୍ତ ମାଟି ପୂର୍ଣ କଳସକୁ ଦିଲ୍ଲୀ ପଠାଯାଇ ସେଠାରେ ଅମୃତ ବାଟିକା ସ୍ଥାପନ କରାଯିବ । ଆଜି ଶୁକ୍ରବାର ତାଳଚେର ବ୍ଲକ ର ଜଗନ୍ନାଥପୁର ପଂଚାୟତ ଏବଂ ପଦ୍ମାବତୀପୁର ପଂଚାୟତରେ ଗ୍ରାମର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଗ୍ରାମରେ ଘର ଘର ବୁଲି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ରେ ମାଟି ନିଆଯାଇଥିଲା ।ଏନ ଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ ଦୁଇଟି ପଂଚାୟତ ରେ ଅମୃତ କଳସ ଯାତ୍ରାରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଟି କୁ ନମନ ଓ ବୀର କୁ ସମ୍ମାନ ଭଳି ଏକ ଦେଶାତ୍ମବୋଧକ ୍ୱିଚାର ରେ ଭାରତ କୁ ବିଶ୍ୱଗୁରୁ କରିବା ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ବୋଲି କହିଥିଲେ ।ଭବ୍ୟ ପରିବେଶରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଅମୃତ କଳସ ଯାତ୍ରାରେ ଘରକୁ ଘର ଯାଇ ମାଟି ଆଣିଥିଲେ ।ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ଅନୁଷ୍ଠାନ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଜଗନ୍ନାଥ ପୁର ପଂଚାୟତ ରେ ପ୍ରାକ୍ତନ ବ୍ଲକ ଅ୍ମକ୍ଷ ବୃନ୍ଦାବନ ବେହେରା,କାଳନ୍ଦି ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ଅଶୋକ ସିଂହ, ବିଭୁତି ସାହୁ, ପଂଚାୟତ ପ୍ରମୁଖ ଅନନ୍ତ ନାହାକ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରାକ୍ତନ ସରପଞ୍ଚ ନଗେନ ଧର, ସସ୍ମିତା ବେହେରା, ଯସ୍ମୀନ ପ୍ରଧାନ, ଦୀପକ ଭୋଇ, ପ୍ରଦୀପ ମହାପାତ୍ର, ରେଖା ଅଗ୍ରୱାଲ,ପ୍ରତିମା ଚୌଧୁରୀ,ଦୀପକ ଦାସ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ ପ୍ରମୂଖ ଯାତ୍ରାରେ ସାମିଲ ହୋଇଥିଲେ ।ସେହିପରି ପଦ୍ମାବତୀପୁର ପଂଚାୟତ ରେ ରତ୍ନାକର ସାହୁ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, କୃଷ୍ଣଚନ୍ଦ୍ର ଦାସ, ହରିହର ଭୁକ୍ତା, ରଞ୍ଜନ ପ୍ରଧାନ, ଦୁଷ୍ମନ୍ତ ସାହୁ, କାଳିଆ ସାହୁ, ସୁଦର୍ଶନ ପ୍ରଧାନ, ମହେଶ୍ୱର ଗୋଛାୟତ,ଶୋଭାଗିନୀ ପ୍ରଧାନ, ମିଲି ପ୍ରଧାନ, ପମିତ୍ରା ପ୍ରଧାନ, ନରେଶ ପ୍ରଧାନ, ପ୍ରମୁଖ ଯାତ୍ରାରେ ସାମିଲ ହୋଇଥିଲେ ।ଉଭୟ ପଂଚାୟତ ର ସମସ୍ତ ଗ୍ରାମରେ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଭବ୍ୟ ବାତାବରଣ ମ୍ମରେ ଯାତ୍ରାରେ ଉପସ୍ଥିତ ଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!