ସଂଘବଦ୍ଧ ଆକ୍ରମଣ ରେ ଯୁବକ ମୃତ୍ୟୁ
ଶେରଗଡ ବ୍ଲକ ର ବାରସିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ 40 ବର୍ଷିୟ ଯୁବକ ମଧୂସୁଦନ ବିଷୋୟୀ ଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତୃତା କୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ମଧୂସୁଦନ ନିଜ ବାଈକ ଯୋଗେ ଗ୍ରାମ କୁମାରପାଣି କୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତ ହୋଇ ଛପି ରହିଥିବା ବ୍ୟକ୍ତି ବିଶେଷ ମାନେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଦ୍ଵାରା ମଧୂସୁଦନ ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମୁର୍ମୂଷୁ ଅବସ୍ଥାରେ ଛଟପଟ ହେଉଥିବା ମଧୂ ଙ୍କୁ ସେତୁ ଉପରୁ ତଳକୁ ଫୋପାଡ଼ି ଦେଈଥିବା ଅଭିଯୋଗ ଆସିଛି। ଘଟଣା ସ୍ଥଳରୁ ତଥା ପୋଲୋ ତଳୁ ଆମ୍ବୁଲାନ୍ସ ମଧୂ ଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଶେରଗଡ ଥାନା ପକ୍ଷରୁ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଥାଉକି,ବିଜେଡି ଦଳ ପକ୍ଷରୁ ମଧୁ ଗତ ପଞ୍ଚାୟତ ନିର୍ବାଚନ ବେଳେ ପରିଚାଳନାରେ ମୂଖ୍ୟ ଭୂମିକା ରହିଥିଲା। ଏହି କାରଣ ରୁ କୁମାରପାଣି ପଞ୍ଚାୟତ ର କିଛି ଲୋକ ଙ୍କ ସହ ରାଜନୈତିକ ତିକ୍ତତା ରହିଥିଲା। ସମ୍ଭବତଃ ଏହି ଏଥିପାଇଁ ଉକ୍ତ କାଣ୍ଡ ଘଟିଥିବା ଅନୁମେୟ କରାଯାଉଛି। ପୋଲିସ ଏହା ବ୍ୟତୀତ ଅନ୍ୟ ଦିଗକୁ ମଧ୍ୟ ଦେଖୁଛି ଏବଂ ତଦନ୍ତ ଆରମ୍ଭ କରିଛି। ଏଯାଏଁ ମଧୁ ଙ୍କ ପରିବାର ପକ୍ଷରୁ ପୋଲିସ ରେ ଅଭିଯୋଗ ହୋଈନଥିବାରୁ ହତ୍ୟା ର କାରଣ ଅସ୍ପଷ୍ଟ ରହିଛି।
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ