କାଲିମେଳା, 9.9 ମାଲକାନଗିରି ଜିଲ୍ଲା କାଲିମେଳା ଆଂଚଳିକ ସାଧାନ ସଂଯୋଜକ କେନ୍ଦ୍ର ତରଫରୁ ନବ ଭାରତ ସାକ୍ଷରତା କୁ ନେଇ ଏକ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ ଛାତଛାତ୍ରୀ ସେମାନଙ୍କ ଅଭିଭାବକ ଅଭିଭାବିକା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ରେ କାଲିମେଳା ସହର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ବିଦ୍ୟଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କାଲିମେଳା ସିଆରସିସି ରଞ୍ଜିତ ସରକାର ଅଧକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ତା ହରଣ ମଧୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ଦ୍ଵାରା ଯେଉଁମାନେ ମୂଳରୁ କିମ୍ବା 18 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ମାନେ ପାଠ ପଢି କିମ୍ବା ଶିଖି ନାହାଁନ୍ତି ସେମାନଙ୍କ ପାଇଁ ସରକାରଙ୍କ ଦ୍ବାରା ଏକ ସ୍ଵତନ୍ତ୍ର ଶିକ୍ଷା ନୀତି ବ୍ୟବସ୍ତା ମାଧ୍ୟମରେ ସେମାନଙ୍କୁ ଶିକ୍ଷା ପ୍ରଧାନ କରାଯିବ ଏଥିସହ ଯେଉଁମାନେ ଚତୁର୍ଥ ରୁ ନବମ ଶ୍ରେଣୀ ପାଠ ଛାଡିଛନ୍ତି ସେମାନଙ୍କୁ ଏଆଇଓଏସ ମାଧ୍ୟମରେ ବିନା ଦେୟରେ ନାମ ଲେଖାଇ ଦଶମ ଶ୍ରେଣୀର ପରୀକ୍ଷା ଦେଇପାରିବେ ବୋଲି ସିଆରସିସି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଲୋନୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତିରେଖା ଦାସ, ସହକାରୀ ଶିକ୍ଷକ ଧ୍ରୁବ ଚରଣ ନାୟକ, ସୁରେନ୍ଦ୍ର ସାହୁ, Mpv 31 ବିଦ୍ୟଳୟ ର ଶିକ୍ଷକ ସତ୍ୟ ଶୁଭମ କ୍ଷେମଣ୍ଡୁ, Mpv 35 ବିଦ୍ୟଳୟ ର ପ୍ରଧାନ ଶିକ୍ଷକ ସମୀର ଗୋପ ଏବଂ ଅନ୍ୟନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ସିଆରସିସି ରଞ୍ଜିତ ସରକାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା