Tuesday, August 23, 2022
Homeଅବକାରୀ ଚଢାଉ - ନକଲି ପ୍ୟାକିଂ ସାମଗ୍ରୀ ସହ ଚୋରା ବିଦେଶୀ ମଦ ଜବତ, ଦୁଇ ଭାଇ ଗିରଫ

ଅବକାରୀ ଚଢାଉ - ନକଲି ପ୍ୟାକିଂ ସାମଗ୍ରୀ ସହ ଚୋରା ବିଦେଶୀ ମଦ ଜବତ, ଦୁଇ ଭାଇ ଗିରଫ

ଅବକାରୀ ଚଢାଉ - ନକଲି ପ୍ୟାକିଂ ସାମଗ୍ରୀ ସହ ଚୋରା ବିଦେଶୀ ମଦ ଜବତ, ଦୁଇ ଭାଇ ଗିରଫ 


ସାନଖେମୁଣ୍ଡି : ଅବକାରୀ ଗୁଇନ୍ଦା ବ୍ରହ୍ମପୁର ପକ୍ଷରୁ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଦିଗପହଣ୍ଡି ଅବକାରୀ ସେକ୍ସନ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଲାସପୁର ଛକରେ ଥିବା ସ୍ବର୍ଗତ କାଶୀନାଥ ସାହୁଙ୍କ ଦୁଇ ପୁଅ ଅମୁଲ୍ୟ କୁମାର ସାହୁ ଓ ଅଶୋକ କୁମାର ସାହୁ (ବୁନା)ଙ୍କ ଦୋକାନ ଏବଂ ବାସଗୃହ ଉପରେ ଚଢାଉ କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିବା ସହ ଡୁପ୍ଲିକେଟ ବିଦେଶୀ ମଦ ବନାଇବା ପାଇଁ ରଖିଥିବା ଖାଲି ବୋତଲ, ସ୍ପିରିଟ, କଲର ଓ ବ୍ରାଣ୍ଡ କମ୍ପାନୀର ସିଲ ସବୁ ଜବତ କରି ଦୁଇ ଭାଇଙ୍କୁ ଉଠାଇ ନେଇ ଗିରଫ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ମଧ୍ୟାହ୍ନରେ ଅବକାରୀ ଗୁଇନ୍ଦା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଅଶୋକ ସାହୁଙ୍କ ଘର ଚଢାଉ କରି ନକଲି ବଟଲିଙ୍ଗ ପ୍ଲାଣ୍ଟ ସହ ଆସବାବ ପତ୍ର ଜବତ କରିଥିଲେ । ଜବତ ମଦକୁ ଏକ ଯାତ୍ରୀବାହୀ ଅଟୋ ସହିତ ନିଜ ସାଙ୍ଗରେ ଆଣିଥିବା ଦୁଇ ଟି ବୋଲର ରେ ମଧ୍ୟ ଭର୍ତ୍ତୀ କରି ମୁଖ୍ୟାଳୟକୁ ନେଇଥିବା ବେଳେ ଉଭୟ ଭାଇଙ୍କୁ ମଧ୍ୟ ନିଜ ଗାଡିରେ ବସେଇ ନେଇଯାଇଥିବା ଦେଖିବାକୁ ମିଳିଛି । ଜବତ ମଦର ପରିମାଣ ଏବଂ ଆନୁମାନିକ ବଜାର ମୂଲ୍ୟ ନେଇ ବିଭାଗ ପକ୍ଷରୁ ଏକ ଲକ୍ଷ ହେବ ବୋଲି ସୂଚନା ପ୍ରଧାନ କରିଛନ୍ତି | କିନ୍ତୁ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ ଜବତ ମଦକୁ ନିଜ ହେପାଜତକୁ ନେଇଥିବାରୁ ବିଭାଗର କାର୍ଯ୍ୟ ଶୈଳୀ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହା ସହ ଅଶୋକ ସାହୁ କିପରି ନାମୀ ଦାମୀ କମ୍ପାନୀର ନକଲି ମଦ ପ୍ରସ୍ତୁତି କରୁଥିଲେ ତାହାର ଡେମୋ ଅବକାରୀ ଇନିସ୍ପେକ୍ଟରଙ୍କୁ ଡେମୋ ଦେଖିଥିଲେ । ଅଶୋକ (ବୁନା) ପ୍ରସ୍ତୁତ କରୁଥିବା ନକଲି ମଦକୁ ଦୁଇ ଭାଇ ନିଜନିଜ କାଉଣ୍ଟରରେ ବିକ୍ରି କରିବା ସହିତ ନିକଟ ଗ୍ରାମରେ କିଛି ଖୁଚୁରା ଚୋରା ମଦ ବେପାରୀଙ୍କୁ ମଧ୍ୟ ବିକ୍ରି କରିବା ପାଇଁ ଯୋଗାଉଥିଲେ l ପ୍ରକାଶ ଥାଉକି ପୂର୍ବରୁ ଉଭୟ ଭାଇଙ୍କ ନାମରେ ଚୋରା ମଦ କାରବାରର ଅନେକ କେଶ ଥିବାବେଳେ କିଛିଥର ଜେଲ ମଧ୍ୟ ଭୋଗିଛନ୍ତି l ତଥାପି ଦୁଇଭାଇ ସୁଧୁରିବର ନାଁ ନେଉନାହାନ୍ତି l ଏପରି ବିଷାକ୍ତ ବିଦେଶୀ ମଦ ପ୍ରସ୍ତୁତ କରି ଅଞ୍ଚଳ ବାସୀଙ୍କ ଦେହରେ ବିଷ ଭରିଦେଉଛନ୍ତି l ପଳାସପୁର ମୁଖ୍ୟ ଛକ ଉପରେ ଅଶୋକ ସାହୁ (ବୁନା)ର ଦୋକାନ ଥିବା ବେଳେ ମାତ୍ର 30 ମିଟର ଦୂରରେ ବଡ଼ ଭାଇ ଅମୁଲ୍ୟର ଘରରେ ଖୁଲମ ଖୁଲା ମଦ କାରବାର ଚଳାଇଛନ୍ତି ଦୁଇଭାଇ l ଯିବା ଆସିବ ଜନଗହଳି ପୂର୍ଣ୍ଣ ଛକରେ କାହାର ସାହସରେ ଏମାନେ ନିଜର ବିଷାକ୍ତ ସାମ୍ରାଜ୍ୟ ଚଳାଇଛନ୍ତି ତାହା ଏବେ ଚର୍ଚ୍ଚାର ଜୋର ଧରିଛି l ପୁଣି କିଛିଦିନ ଜେଲ ଭୋଗୀ ଆସିଲା ପରେ କଣ ଚୋରା ମଦ କାରବାର ଚଳାଇବେ ନା ବନ୍ଦ କରିବେ ତାହା ଆଗକୁ ଦେଖିବାଳୁ ବାକିରହିଲା ଲ

ସାନଖେମୁଣ୍ଡି : ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!