କୋଟପାଡ଼ ନି ପ୍ର
କୋରାପୁଟ ଜିଲ୍ଲା କୋଟପାଡ଼ ସହରର ଏକ ପ୍ରେମୀ ଯୁଗଳ ଙ୍କ ପୁରୀ ରେଲୱେ ଷ୍ଟେସନ ରେ ଆତ୍ମହତ୍ୟା କରିଥିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଥିବା ଜଣା ଯାଇଛି।ଖବାରରୁ ପ୍ରକାଶ କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲା ଗ୍ରାମ ପଞ୍ଚାୟତ ର ଚିତା ଗାଁ ନିବାସୀ ଜ୍ୟୋତି ନ ଶଙ୍କର ପାଢ଼ୀ ଙ୍କ ସହ କୋଟପାଡ଼ କେନ୍ଦୁ ଗୁଡା ନିବାସୀ ତୃପ୍ତି ମଣି ସାହୁ ବିବାହିତ ମହିଳା ଙ୍କ ସହିତ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଗତ ମାସରେ ଉଭୟେ ଘର ଛାଡ଼ି ଫେରାର ହୋଇ ଯାଇଥିଲେ।ଏହି ଘଟଣାକୁ କେନ୍ଦ୍ର କରି ପ୍ରେମିକଙ୍କ ସ୍ବାମୀ କୋଟପାଡ଼ ଥାନା ରେ ଦ୍ବାରସ୍ଥ ହୋଇଥିଲେ।ଏବଂ ଥାନା ରେ ଉଭୟ ପକ୍ଷ ଙ୍କୁ ନେଇ ବୁଝା ମଣା ହେଇଥିଲା ଯେ ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ସହ ନା ରହି ନିଜ ପ୍ରେମିକା ଙ୍କ ସହ ରହିବେ।ଏବଂ ସେ ତାଙ୍କ ସ୍ଵାମୀ ଙ୍କ ସହ ଭବିଷ୍ୟତରେ କୌଣସି ପ୍ରକାର ସମ୍ପର୍କ ରଖିବେନାହିଁ।ଏହାପରେ ଉଭୟ ପ୍ରେମୀ ଯୁଗଳ ନବରଙ୍ଗପୁର ରେ ରହିଆସୁଥିଲେ।ମାତ୍ର ଗତ ତିନି ଦିନ ହେଲା ତାଙ୍କ ଫୋନ୍ ସୁଇଛ ଅପ୍ ଥିଲା।ପରେ ହଠାତ୍ ଗତ କାଲି ଖବର ଆସିଲା ଯେ ଉଭୟ ପୁରୀ ରେଲୱେ ଷ୍ଟେସନ ଠାରେ ଆତ୍ମହତ୍ୟା କରିଛନ୍ତି।ଏହି ଖବର ହଠାତ୍ ସମସ୍ତ ଙ୍କୁ ଚକିତ କରିଦେଇଛି।ଏହି ଘଟଣା ଏକ ହତ୍ୟା ନା ଆତ୍ମହତ୍ୟା ତାହା କାରଣ ଅସ୍ପଷ୍ଟ ରହିଛି।ଆଜି କୋଟପାଡ଼ ରୁ ତାଙ୍କ ପରିବାର ବର୍ଗ ଯାଇ ପୁରୀ ଥାନାରୁ ଶବ ଆଣି ସ୍ଵର୍ଗଦ୍ଵାର ରେ ଦାହ କରିଥିବା ଜଣା ପଡ଼ିଛି।