Tuesday, August 23, 2022
Homeଧାରଣାରେ ବସିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ

ଧାରଣାରେ ବସିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ

ପାରଳାଖେମୁଣ୍ଡି:୭/୯  ଗଜପତି ଜିଲ୍ଲା ସଦର ମହକୁମା
ପାରଳାଖେମୁଣ୍ଡି ର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ ତାରିଖ ଠାରୁ ଧାରଣାରେ ବସିଥିବା ପଞ୍ଚାୟତ ନିର୍ଵାହୀ ଅଧିକାରୀ ମାନଙ୍କୁ , ପାରଳା ବିଧାୟକ କେ ନାରାୟଣ ରାଓ ଧାରଣା ସ୍ଥଳକୁ ଯାଇ ସଂଘ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ୨ ଦଫା ଦାବିକୁ ନେଇ ରାଜ୍ୟ ସଂଘର ଆହ୍ବାନ କ୍ରମେ ଜିଲ୍ଲା ସଂଘ ପକ୍ଷରୁ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ି ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ ଧାରଣା ଯୋଗୁ ବିଭିନ୍ନ ପ୍ରକାର କାର୍ଯ୍ୟ ଗ୍ରାମାଞ୍ଚଳରେ ବ୍ୟାଘାତ ଘଟିଛି । ସଂଘ ସଭାପତି ରାଜେନ୍ଦ୍ର କୁମାର ରଥ, ଉପସଭାପତି ମଧୁ ପୋଲକି, ସମ୍ପାଦକ ସନ୍ତୋଷ କୁମାର ବାହାଦୁର ପ୍ରମୁଖ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!