ସାନଖେମୁଣ୍ଡି :- ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବା ବିଶ୍ୱାସ ରାୟ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ବ୍ରହ୍ମାଙ୍କୁ କଲେଜ ପକ୍ଷରୁ ସେପ୍ଟେମ୍ବର 4 ରେ ଭବ୍ୟ ସ୍ୱାଗତ କରା ଯାଇଥିଲା। କଲେଜ ଅଧ୍ୟକ୍ଷା ଡ. ସୁଦେଷ୍ଣା ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସଭାପତି ଡ. ବ୍ରହ୍ମା ଙ୍କୁ କଲେଜ ପକ୍ଷ ରୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ରେ ସଭାପତି ଡ. ବ୍ରହ୍ମା କଲେଜ ର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଡ. ବ୍ରହ୍ମା ମୁଖ୍ୟତଃ କଲେଜ ର ନାକ୍ ମାନ୍ୟତା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା, ଶିକ୍ଷା ର ମାନ୍ୟତା କୁ ବୃଦ୍ଧି କରିବା ଏବଂ ଶୃଙ୍ଖଳିତ ବାତାବରଣ ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କର୍ମଚାରୀ ସଂଘ ସମ୍ପାଦକ ଡ. କୈଳାଶ ସ୍ୱାଇଁ ଏହି କାର୍ଯ୍ୟକ୍ରମ ର ସମ୍ପାଦନା କରିବା ସହ କଲେଜ ର ବିଭିନ୍ନ ସମସ୍ୟା ନେଇ ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟାପକ ପ୍ରଫୁଲ୍ଲ ମହାରଣା, ଅଧ୍ୟାପିକା ସରସ୍ୱତୀ ପଣ୍ଡା ଏବଂ ଡି.ଇ.ଓ. ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ