Tuesday, August 23, 2022
Homeମୋହନା ଠାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ବିୟୋଗରେ ଶୋକସଭା ଅନୁଷ୍ଠିତ

ମୋହନା ଠାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ବିୟୋଗରେ ଶୋକସଭା ଅନୁଷ୍ଠିତ

ପାରଳାଖେମୁଣ୍ଡି:୬/୯ ଗଜପତି  ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ସ୍ଥିତ  କୈଲ୍ୟାଣ ମଣ୍ଡପ ଠାର  ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି । ମୋହନା, ଆର.ଉଦୟଗିରି, ନୂଆଗଡ଼ ଏବଂ ରାୟଗଡ଼ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ  ୧୯୯୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ମୋହନା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ । ଆୟୋଜକ  ଶୋକ ସଭାରେ ସ୍ଵର୍ଗତ ପାତ୍ରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରା ଯିବା ସହ ତାଙ୍କ ଜନହିତକର  କାର୍ଯ୍ୟ ଏବଂ ମୋହନା ଅଞ୍ଚଳ ନିମନ୍ତେ ତାଙ୍କ ଅବଦାନକୁ ସ୍ମରଣ  କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ଡଣ୍ଡାସି ସାହୁ, ଆର.ଉଦୟଗିରି  ବ୍ଳକର ସଭାପତି ଭିମ ପାଇକ ଏବଂ ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ ମୋହନା ବ୍ଳକ ସାଂସଦ  ପ୍ରତିନିଧି ଭାସ୍କର ସାହୁ, ଜିଲ୍ଲା ବିଜୁ ଜନତା ଦଳର ଉପସଭା ପତି ଫିରୋଜ ପଟ୍ଟନାୟକ ଏବଂ ବିଜେଡି କର୍ମୀ ନର୍ତ୍ତମବୁଲୁ ପାତ୍ର, ହାଡ଼ୀଆ କନ୍ଧ,ଦଣ୍ଡାସୀ ସାହୁ, ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେଇଥିଲେ । ସେହିପରି ମୋହନା ହିଲ୍ ଟପ୍ ମହା ବିଦ୍ୟାଳୟ ପରିସରରେ ମଧ୍ୟ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶୋକ ସଭା  ଅନୁଷ୍ଠିତ ହଇଥିଲା । ଏଥିରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!