Tuesday, August 23, 2022
Homeମୁଁ ବି ମିତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁଁ ବି ମିତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି ।ତା:06/09/23 
 ମାଲକାନଗିରି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ “ମୁଁ ବି ମିତା” ଅଭିଯାନ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଭିଶାଲ ସିଂହ, ଭା.ପ୍ର.ସେ. ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭଦ୍ଘାଟନ କରି ସଭାରେ ସଭାପତିତ୍ୱ କରିଥିଲେ । ଉକ୍ତ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ତଥା ଅତିରାକ୍ତ ନିର୍ବାଚନ ଅଧିକାରୀ, ବେଦବର ପ୍ରଧାନ, ଓ.ପ୍ର.ସେ. (ବରିଷ୍ଠ), ନିର୍ବାଚନ ଅଧିକାରୀ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ, ଡ. ଅକ୍ଷୟ କୁମାର ଖେମୁଣ୍ଡୁ, ଓ.ପ୍ର.ସେ. (ବରିଷ୍ଠ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି, ପ୍ରଭାତୀ ଝଡିଆ, ଓ.ପ୍ର.ସେ. (କନିଷ୍ଠ), ସହକାରୀ ଜିଲ୍ଲାପାଳ ଅଶୋକ କୁମାର ଚକ୍ରବର୍ତ୍ତୀ ମଞ୍ଚାସିନ ଥିଲେ । ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ୱ  ଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା, ସରକାରୀ କର୍ମଚାରୀ ଓ ଗଣ ମାଧ୍ୟର ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ, ଡ. ଅକ୍ଷୟ କୁମାର ଖେମୁଣ୍ଡୁ, ଓ.ପ୍ର.ସେ. (ବରିଷ୍ଠ) ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ “ମୁଁ ବି ମିତା” ପ୍ରାୟୋଜିତ କାର୍ଯ୍ୟକ୍ରମର ଉଦ୍ଦ୍ୟେଶ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଜର ଅଭିଭାଷଣ ମାଧ୍ୟମରେ ଛାତ୍ରୀମାନଙ୍କୁକହିଥିଲେ ଯେ, ନିର୍ବାନଚ ଆୟୋଗ ଭାରତ ସରକାର ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଙ୍କ “ମୁଁ ବି ମିତା”କାର୍ଯ୍ୟକ୍ରମ ଆଜିଠାରୁ ମାଲକାନଗିରି ଜିଲ୍ଲାରେ ସୁଭାରମ୍ଭ କରାଗଲା । ଯେଉଁ ଛାତ୍ରୀମାନଙ୍କୁ “ମୁଁ ବି ମିତା”ଭାବରେ ମନୋନୀତ କରାଯାଇଛି ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରାଷ୍ଟ୍ରଦୁତ ଭାବେ କାର୍ଯ୍ୟ କରିବେ । ସେମାନେ ନିଜର ସହପାଠି ଯେଉଁମାନେ ୦୧.୦୧.୨୦୨୪ କୁ ୧୮ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ସଚେତନତା ସୃଷ୍ଠି କରିବେ ତତ୍ ସହିତ ସେମାନେ ନିଜ ନିଜ ଅଞ୍ଚଳରେ ଅଧିକରୁ ଅଧିକ ପଞ୍ଜୀକୃତ ହୋଇନଥିବା ୧୮ ବର୍ଷ କିମ୍ବା ତତୁର୍ଦ୍ଧ ଭୋଟର ମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନତା କରାଇବା ସହିତ ନାମ ପଞ୍ଜିକୃତ କରିବା ପାଇଁ ଉପଦେଶ ଦେବା । ଜିଲ୍ଲା ପ୍ରଶାସନ ତରଫରୁ “ମୁ ବି ମିତା”କାର୍ଯ୍ୟକ୍ରମ ସଂପର୍କିତ ଏକ ସଙ୍ଗୀତ ଉନ୍ମୋଚନ କରାଯାଇଥିଲା । ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସମସ୍ତ ଛାତ୍ରୀ ମାନଙ୍କୁ ଏହି କ୍ରାର୍ଯ୍ୟକ୍ରମରେ ଅଧିକରୁ ଅଧିକ ନିୟୋଜିତ ହୋଇ ସଚେତନତାର ବାର୍ତ୍ତା ଭୋଟର ମାନଙ୍କର ନିକଟରେ ପହଞ୍ଚାଇବା ସହିତ ଅଧିକ ସଂଖ୍ୟାରେ ନାମ ପଞ୍ଜିକୃତ କରାଇବା ପାଇଁ ଅନୁରୋଧ କରିବାକୁ ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି, ସୁଶ୍ରୀ ପ୍ରଭାତୀ ଝଡିଆ, ଓ.ପ୍ର.ସେ. (କନିଷ୍ଠ), ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!