Tuesday, August 23, 2022
Homeଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁନାହାନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ , କିନ୍ତୁ ଦରମା ପାଉଛନ୍ତି ମାସକୁ ମାସ l

ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁନାହାନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ , କିନ୍ତୁ ଦରମା ପାଉଛନ୍ତି ମାସକୁ ମାସ l

ଚନ୍ଦାହାଣ୍ଡି:06/09  ସରକାର ସାଧାରଣ ଜନତାଙ୍କ ପାଇଁ ଗାଁ ଗାଁରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି ଲକ୍ଷ୍ୟ ରଖିଥିବାବେଳେ ସରକାରଙ୍କ ଏସବୁ ସେବା କୁ ଗୁରୁତ୍ଵ ନଦେଇ ଅବହେଳା କରୁଛନ୍ତି ଖୋଦ୍ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ, ବର୍ଷ ବର୍ଷ ଧରି ଆସୁନାହାନ୍ତିl କେବଳ ଧର୍ମକୁ ଆଖିଠାର ଭଳି କେବେ କେତେବେଳେ କ୍ଷଣେ ଆସି ଉଭାନ୍ ହେଇ ଯାଉଛନ୍ତି , ସରକାରଙ୍କ ଦ୍ଵାରା ନିର୍ମିତ ହୋଇଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ  ଉପକେନ୍ଦ୍ର ଓ ତା ସହିତ ରହିବା ପାଇଁ ସଂଲଗ୍ନିତ ବାସୋପଯୋଗୀ କୋଠାରୀ , କିନ୍ତୁ ଉପକେନ୍ଦ୍ର ରେ ରହୁନାହାନ୍ତି କି ଖୋଲୁ ନାହାନ୍ତି ମହିଳା ସ୍ଵାସ୍ଥ୍ୟକର୍ମୀ ଜଣକ l  ଲୋକଙ୍କୁ ପ୍ରାଥମିକ ସ୍ତରରୁ ସ୍ୱାସ୍ଥ୍ୟ ସେବା ଟିଏ ଯୋଗାଇ ବାରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ର ଭୂମିକା ରହିଥିବା ବେଳେ ଲୋକେ କେନ୍ଦ୍ର ନିର୍ମାଣ ଦିନଠାରୁ ପ୍ରାୟ ଆଜକୁ  ଦଶବର୍ଷ ହେବ କିନ୍ତୁ ଉପସ୍ୱାସ୍ଥ୍ୟ କେନ୍ଦ୍ର ରୁ ଲୋକେ ବଟିକା ଖଣ୍ଡେ ପାଇନାହାନ୍ତି କେନ୍ଦ୍ର ପରିସର ମଧ୍ୟରେ ରହୁଥିବା ସାଧାରଣ ଜନତା l କେବଳ ନାମକୁ ମାତ୍ର ଉପ ସ୍ୱାସ୍ଥ୍ୟକେନ୍ଦ୍ର , ନା ଆସି ପାରୁଛି ସାଧାରଣ ଜନତାଙ୍କ ସେବାରେ, ନା ତହିଁରେ ରହୁଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ପାଟଖଲିଆ ଉପ ସ୍ୱାସ୍ଥ୍ୟକେନ୍ଦ୍ରର  l ଲୋକଙ୍କ ଅଭିଯୋଗ ପ୍ରକାରେ ଉକ୍ତ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ରୂପେ ରେବତୀ ନାୟକ ନିଯୁକ୍ତି ପାଇଥିବା ବେଳେ , ଉପକେନ୍ଦ୍ରକୁ ବିଲକୁଲ ଆସୁନାହାନ୍ତି କିମ୍ବା କେନ୍ଦ୍ର ଖୋଲୁ ନାହାନ୍ତି ସ୍ୱାସ୍ଥ୍ୟ କର୍ମୀ ଜଣକ l କେବେ କେଉଁଠି କେତେବେଳେ କାମ ପଡ଼ିଲେ ହଠାତ୍ କେନ୍ଦ୍ରକୁ ଆସି ତରତର ହୋଇ ଚାଲି ଯାଉଛନ୍ତି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି l ସ୍ଥାନୀୟ ସାଧାରଣ ଜନତାଙ୍କ ଅଭିଯୋଗ ପ୍ରକାରେ ସ୍ୱାସ୍ଥ୍ୟ କର୍ମୀ ଜଣକ ଉକ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଲା ଦିନଠାରୁ ବର୍ଷକୁ କାଁଭାଁ ଛଅସାତ ଥର ଆସି ମୁହଁ ମାରି ଚାଲିଯାଉଥିବା ବେଳେ ଦିନେ ବି ଉପ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲି ଲୋକଙ୍କର ସେବା କରିନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି l ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଧିବାସୀ l  ତେବେ ଆମ ଗଣମାଧ୍ୟମର ପ୍ରତିନିଧି ଉକ୍ତ କେନ୍ଦ୍ରର ସ୍ଥିତିର ଅନୁଧ୍ୟାନ କରିଥିବା ବେଳେ ଉପ ସ୍ଵାସ୍ଥ୍ୟକେନ୍ଦ୍ରର ପରିସର ମଧ୍ୟରେ ଗୋଟିଏ ନଳକୂପ,  ପାଚେରୀ ପରିବେଷ୍ଟିତ ଅଗଣା ସାଙ୍ଗକୁ ଉପ କେନ୍ଦ୍ର ସହିତ ସଂଲଗ୍ନ ବାସଗୃହ ଓ ଶୌଚାଳୟ ସୁବିଧା ରହିଥିବା ବେଳେ,  ମହିଳା ସ୍ୱାସ୍ଥ୍ୟ କର୍ମୀ ଜଣକ କେନ୍ଦ୍ରରେ ରହୁନଥିବାରୁ ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ଗାଁ ଠାରୁ ଅନେକ ଦୂର ପର୍ଯ୍ୟନ୍ତ ଯିବାକୁ ପଡୁଥିବା ନେଇ ଅଭିଯୋଗ ଆଣିଛନ୍ତି l ତେବେ ଘର ପାହାନ୍ତାରେ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଏଭଳି ମନମୁଖୀ କାର୍ଯ୍ଯ କୁ ଆଜି ବିରୋଧ କରିଛନ୍ତି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସାଧାରଣ ଜନତା l ତେବେ ଏନେଇ ଆମ ପ୍ରତିନିଧି ଫୋନ ଯୋଗେ ଏହାର ତଦନ୍ତ କରିବାକୁ ଯାଇ ମହିଳା ସ୍ୱସ୍ଥ୍ୟ କର୍ମୀ ଜଣକ ଙ୍କ ସହ ଯୋଗାଯୋଗ କରିଥିବା ବେଳେ ଉକ୍ତ ଘଟଣାକୁ ମହିଳା ସ୍ୱାସ୍ଥ୍ୟ କର୍ମୀ ରେଣୁକା ନାୟକ ଖଣ୍ଡନ କରିଛନ୍ତି ଓ ସପ୍ତାହକୁ ଦୁଇ ଦିନ କେନ୍ଦ୍ରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ବୋଲି କହିବା ସହ  ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ଉପଯୋଗୀ ଶୌଚାଳୟ,  ବିଦ୍ୟୁତିକରଣ ତଥା ପାନୀୟଜଳର ବ୍ଯବସ୍ଥା ନଥିବା ଯୋଗୁଁ ନିଜଗାଁରୁ ଯା'ଆସ କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ l ତେବେ  ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହି କାର୍ଯ୍ୟରେ ଅବହେଳା କରିବା ଘଟଣାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ୍ କାର୍ଯ୍ୟକ୍ରମ ଅଧିକାରୀ ଙ୍କ ସହ ଫୋନ ରେ ଯୋଗାଯୋଗ କରାଯାଇଥିଲା କିନ୍ତୁ ଯୋଗାଯୋଗ ନ ହେବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା l  ତେବେ ଲୋକଙ୍କ ଅଭିଯୋଗ ଅନୁସାରେ  ସ୍ୱାସ୍ଥ୍ୟ କର୍ମୀ ଜଣକ କେନ୍ଦ୍ର ଖୋଲୁ ନଥିବା ବେଳେ,  ଏହାକୁ ପ୍ରତ୍ୟାଖ୍ୟାନ କରି ନିଜେ ମହିଳା ସ୍ୱାସ୍ଥ୍ୟ କର୍ମୀ କେନ୍ଦ୍ର ଖୋଲୁଛନ୍ତି ବୋଲି ସଫେଇ ଦେଉଥିବା ବେଳେ ଏହା କେତେଦୂର ଠିକ୍ ବୋଲି ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ତେଣୁ  ଏଥିନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ  ଏହାର ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ ନେବାକୁ ଉପ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଅନ୍ତର୍ଭୂକ୍ତ ଗ୍ରାମବାସୀ ଯଥା  ଗଣେଶ  ମାଝୀ, ହରି ମାଝୀ,  କୈଳାଶ ମାଝୀ,  ଶିଶୁପାଳ ମାଝୀ,  ଶ୍ରୀଧର ମାଝୀ,  ସୁନ୍ଦର ମାଝୀ,  ସୋମନାଥ ମାଝୀ,  ମଦନ ମାଝୀ,  ରାମେଶ୍ଵର ମାଝୀ ସମେତ ଅଞ୍ଚଳର ସମସ୍ତ ସାଧାରଣ ଜନତା ଦାବୀ କରିଛନ୍ତି 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!