Tuesday, August 23, 2022
Homeପାପଡ଼ାହାଣ୍ଡି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ ସ୍ତରୀୟଗୁରୁ ଦିବସ ଉତ୍ସବ ଅନୁଷ୍ଠିତ

ପାପଡ଼ାହାଣ୍ଡି ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ ସ୍ତରୀୟଗୁରୁ ଦିବସ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର:ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡାହାଣ୍ଡିଶାଖା ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ପାପତାହାଣ୍ଡି  ଗୋଷ୍ଠୀ ଶିକ୍ଷାଧିକାରୀ ସୌମେନ୍ଦ୍ର ଭୌମିକ, ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ,  ବାଲକ ଦାସରନ୍ଧାରୀ ଏବଂ ସୁଦର୍ଶନ ନାୟକ ତଥା ବରିଷ୍ଠ ଅଧିକାରୀ ରଞ୍ଜିତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ଶତାଧିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଗୁରୁ ପୂଜନ କରାଯାଇ  ସରକାରୀ ସେବା ନିବୃତ୍ତ ହୋଇଥିବା ୯ ଜଣ ବରେଣ୍ୟ ଶିକ୍ଷକ ହରିହର ଦାଶ, ମାଧବୀପରିଛା .ଦୁର୍ଦ୍ଧକ୍ଷ ବିଶୋୟୀ,ଲକ୍ଷ୍ମୀଧର ମାଝୀ ,ପ୍ରଫୁଲ୍ଲ କୁମାର ପ୍ରଧାନ, ଜଗନ୍ନାଥ ମଲ୍ଲିକ, ନୃସିଂହ ପ୍ରସାଦ ପାଢୀ ଖଗପତିଦିଶାରୀ, ପ୍ରତିଭାକୁମାରୀ ସାବତ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବ୍ଳକ ପ୍ରାଥମିକଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଚାଳନ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମାଝୀ, ଗୋବର୍ଦ୍ଧନ ନାୟକ, ଦୈତାରୀ ପୂଜାରୀ, ଦେବାର୍ଚ୍ଚନ ପାଞ୍ଜିଆ ଦେବ ମାଝୀ,ପ୍ରଶାନ୍ତ କୁମାର ପଣ୍ଡା,ବଳରାମ ମାଝୀ,  ଶୁକମନ ଦିଶାରୀ  ,ଅନନ୍ତରାଓପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
ପ୍ରଶାନ୍ତ କୁମାର ପଣ୍ଡା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!