Tuesday, August 23, 2022
Homeଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ ଗୁରୁଦିବସ

ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ ଗୁରୁଦିବସ

ଦାମନଯୋଡି,୫/୯:- ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ,ଲିଟିଗୁଡାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାଉ ସଭାପତିତ୍ବ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡଃ ଅଶୋକ କୁମାର ମହାନ୍ତି ମୁଖ୍ଯ ଅତିଥି,ରାଜ୍ଯପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ନଳିନୀକାନ୍ତ ସେନାପତି ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ।ଛାତ୍ରୀନିବାସ ଓ ବାହାରୁ ଆସୁଥିବା ଦୁଇଶହରୁ ଉର୍ଦ୍ଧ୍ବ ପିଲାମାନେ ପ୍ରଥମେ ବିଭିନ୍ନ ଭାଷାରେ ସଂଗୀତ ଆବୃତି କରିଥିଲେ ।ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ଓ ଦୀପପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ଯ ଆରମ୍ଭ କରାଯାଇ ଥିଲା ।କୋରାପୁଟ ଜିଲ୍ଲାରୁ ଅକାଳ ବିୟୋଗ କରିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ ନୀରବ ପ୍ରାର୍ଥନା କରାଯାଇ ଥିଲା ।ପିଲାମାନେ ଗୁରୁ ଦିବସ ର ମହତ୍ବ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପସ୍ଥାପନ କରିଥିଲେ ।ବକ୍ତାମାନେ ଗୁରୁଶିଶ୍ଯ ପରମ୍ପରାର ମହତ୍ବ ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ବୁଝାଇ ଥିଲେ ।ଭାରତ ବର୍ଷ ଗୁରୁଶିଶ୍ଯ ପରମ୍ପରାର ଦେଶ ।ଗୁରୁ ପୂର୍ଣ୍ଣିମା ବ୍ୟାସଦେବଙ୍କ ଜନ୍ମ ଠାରୁ ରାଧାକ୍ରିଷ୍ଣନଙ୍କ ଜନ୍ମ ଗୁରୁ ଦିବସର ଲକ୍ଷ୍ଯ ଆଦର୍ଶ କର୍ତ୍ତବ୍ଯ ବିଷୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ଆଲୋକପାତ କରିଥିଲେ ।ଅତିଥିମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।ବରିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ଜୟନ୍ତିକା ପରିଡା,ସୁଶ୍ରୀ ସଂଗୀତା ପାଢୀ,ଅବନୀକାନ୍ତ ଗରଡା,କୃଷ୍ଣ ମୋହନ ପଟ୍ଟନାୟକ, ସୁପ୍ରଭା ପାଢୀ,ଅଞ୍ଜୁବାଳା ଗଉଡ,ସରସ୍ୱତୀ ଜେନା,ଗୌରୀମଣି ସାଉନ୍ତା,ଗୁଡୁଲୀ ଜାନୀ ପ୍ରମୁଖ ଉପସ୍ଥିତ ହୋଇ ପିଲାମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ସାହାଯ୍ଯ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ସୁପ୍ରଭା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!