Tuesday, August 23, 2022
Homeମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯ କଳାକାର ସାମିଲ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯ କଳାକାର ସାମିଲ

ମାଲକାନଗିରି।ତା: 05/09
ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲ୍ଲାରେ ଖାଲି ପଡ଼ିଥିବା ସ୍ଥାନ ପୂରଣ ନିମନ୍ତେ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାର ୬୭୨ ଜଣ କଳାକାରଙ୍କୁ  ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ରହିଛି। ତନ୍ମଧ୍ୟରୁ ୬୫୩ ଜଣ କଳାକାର ଭତ୍ତା ପାଉଛନ୍ତି। ଏହି  ଯୋଜନାରେ ଜିଲ୍ଲାରେ ବଳକା ଥିବା ୧୯ ଟି ସ୍ଥାନ ପୂରଣ କରିବା ନିମନ୍ତେ ଏକ ଚୟନ କମିଟି କରାଯାଇ ଆଜି ବଳକା ତାଲିକାରେ ଥିବା କଳାକାରଙ୍କ ଦକ୍ଷତା ପରୀକ୍ଷା କରାଯାଇଛି। ଏହି ଚୟନ କମିଟିରେ  ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମିଳା ମାଝୀ, ବିନାଶ ମିଶ୍ର, ଜ୍ଞାନଦେବ ସାହୁ ଏବଂ ବସନ୍ତ କୁମାର ଡାକୁଆ  ଦକ୍ଷତା ପରୀକ୍ଷା କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଘେନୁ ମୁଦୁଲି, ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତି, ବରିଷ୍ଠ କଳାକାର ଅନାଦି କଡ଼ାଙ୍କ ସମେତ ଜିଲ୍ଲାର ବ୍ଲକ୍ କଳା ସଂସ୍କୃତି ସଂଘର ସଦସ୍ୟ, ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ଓ କଳାକାର ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!