Tuesday, August 23, 2022
Homeରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବି ରେ ସ୍ଥାନ ପାଇଥିବା ରାମନାଗୁଡ଼ା ସଭ୍ୟ ଙ୍କୁ ସମ୍ବର୍ଦ୍ଧନା

ରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବି ରେ ସ୍ଥାନ ପାଇଥିବା ରାମନାଗୁଡ଼ା ସଭ୍ୟ ଙ୍କୁ ସମ୍ବର୍ଦ୍ଧନା

 
ରାମନାଗୁଡା      ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ  ଏସବିଆଇ ଏଟିଏମ୍ ପାର୍ଶ୍ଵରେ  ଜାତୀୟ ସ୍ୱାସ୍ଥ୍ୟ ମିଶନର ଗର୍ଭବତୀ ମହିଳା ମାନଙ୍କର ଯତ୍ନ ଓ ନିରାପଦ ମାତୃତ୍ୱ ଆଭିମୁଖ୍ୟର ପରିପୂର୍ତ୍ତି ନିମନ୍ତେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଲିଶା ସେଛାସେବୀ ଅନୁଷ୍ଠାନ  ଆନୁକୁଳ୍ୟରେ ପରିଚାଳିତ ମା’ଗୃହ  ଉଦଘାଟିତ ହୋଇ ଯାଇଛି ।ଏହି ମା ଗୃହରେ ଯେଉଁ ଗର୍ଭବତୀ ମହିଳା ମାନଙ୍କର ଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଦୂରତା ଅଧିକ ରହିଥିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଗମନାଗମନ ର ବ୍ୟବସ୍ଥା  ସେତେ ଟା ଭଲ ନଥିବ ସେହିପରି ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ମାନଙ୍କର ପ୍ରସବକାଳୀନ ତାରିଖର ଦିନ ସାତ ଦିନ କିମ୍ବା ଦଶ ଦିନ ପୂର୍ବରୁ ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ସାରିବା ପରେ ମା ଗୃହ ରେ ଥଇଥାନ କରାଯାଇ ପ୍ରସବ ତାରିଖ ଦିନ ଆସିବା ପରେ ସେହି ଗର୍ଭବତୀ ମହିଳା ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯିବା ସହ ପ୍ରସବ କରାଇ  ଘରେ ଛଡା ଯାଇଥଏ ବୋଲି ଜଣାପଡ଼ିଛି । ଅଲିଭା ସଂଗଠନର ସଭାନେତ୍ରୀ ବାସନ୍ତୀ ମହାପାତ୍ର ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ଉତ୍ସବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ସିଡିପିଓ ଶାନ୍ତିଲତା ରଥ ,ବିପିଏମ କମଳା କର ରାଓ ,,ବ୍ଲକ ଅଧ୍ୟକ୍ଷ ରବି ଶଙ୍କର  ଗମାଙ୍ଗ,ପାରିଖିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭିରିକା, ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳଲୋଚନ ମୁଟିକା,ପାରୀକ୍ଷିତି  ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟ (କ)ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ ସଭ୍ୟ (ଖ)ସୁରେଶ ଗମାଙ୍ଗ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ,ଡିଏମ ଭଗବାନ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ମା ଗୃହ ରେ ଆଲିଶା ସଂସ୍ଥା ର ଫାଇନାନ୍ସ ମ୍ୟାନେଜର ନୃସିଂହନାଥ ମହାପାତ୍ର,ସିସିଏ ଉଷାବତୀ ଶବର,ମହିଳା ସ୍ବାସ୍ଥ୍ୟକର୍ମୀ ନମିତା ମାଣ୍ଡାଙ୍ଗି,କୋଡିନେଟର ଜାନକୀ ଗମାଙ୍ଗ ପ୍ରମୁଖ ଦାଇତ୍ୱ ରେ ରହି ପ୍ରତ୍ୟେକ ଦିନ ମା ଗୃହରେ ରହୁଥିବା ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କର ଖାଦ୍ୟପେୟ ର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ଉକ୍ତ ସଂସ୍ଥା ର ସଭାନେତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!