Tuesday, August 23, 2022
Homeଦାମନଯୋଡିରେ ଖୁଦୁରୁକୁଣୀ ଓଷା

ଦାମନଯୋଡିରେ ଖୁଦୁରୁକୁଣୀ ଓଷା

ଦାମନଯୋଡି,୦୩/୦୯:- ଭାଦ୍ରବ ମାସ ରବିବାରରେ ବାଳିକା ମାନଙ୍କ ଦ୍ଵାରା ମା' ଖୁଦୁରୁକୁଣୀଙ୍କ ପୂଜା ଆରମ୍ଭ ହୋଇଛି। ଦାମନଯୋଡିର ବିଭିନ୍ନ ସ୍ଥାନରେ ବାଳିକା ମାନେ ଘରକୁ ଲିପାପୋଛା କରି ସନ୍ଧ୍ୟାରେ ମା' ମଙ୍ଗଳା (ଦୁର୍ଗା) ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ଫୁଲରେ ସଜାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦାର,କନିଅର,ଟଗର,ଚମ୍ପା ଓ  କଇଁ ଫୁଲ ଆଦିରେ ମା' ଙ୍କ ପୂଜା କରିଥିଲେ। ସେହିପରି ଖଇ, ଖୁଦ, ଉଖୁଡା, କଣ୍ଟିଆ କାକୁଡ଼ି, ଗୁଡ଼, ନଡ଼ିଆ ଓ କଦଳୀ ଆଦିରେ ଭୋଗ ଲାଗି କରିଥିଲେ। ପୂଜା ପରେ ଖୁଦୁରୁକୁଣୀ ଓଷା ବହି ପଢ଼ିଥିଲେ। ଓଡ଼ିଶାର ପ୍ରାଚୀନ ନୌ ବାଣିଜ୍ୟ ପରମ୍ପରାକୁ ନେଇ ଏହି ବ୍ରତ ପାଳନ କରାଯାଇଥାଏ। ତଅପୋଇ ନିଜର ଧୈର୍ଯ୍ୟ,ସହନଶୀଳତା ଓ ସାହସ ପାଇଁ ନିଜ ଭାଈ ମାନଙ୍କ ସହ ସୁଖଶାନ୍ତି ଫେରି ପାଇଥିଲେ। ମାଆ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରି ତଅପୋଇ ସଫଳତା ପାଇଥିଲେ।ତେଣୁ ବାଳିକା ଭଉଣୀ ମାନେ ନିଜ ଭାଈମାନଙ୍କ ମଙ୍ଗଳ କାମନା କରି ତଥା ଧୈର୍ଯ୍ୟ,ସହନଶୀଳତା ଓ ସାହସ ପାଇଁ ମା' ଖୁଦୁରୁକୁଣୀଙ୍କ ପୂଜା କରିଥାଆନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!