ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ଜନ୍ମ ମାସ ଭାଦ୍ରବ ମାସରେ ହୋଇଥିବା ଯୋଗୁଁ ଏଠାକାର ଶ୍ରଦ୍ଧାଳୁ ଭକ୍ତମାନେ ଭାଦ୍ର ପରିକ୍ରମା ପ୍ରତିଦିନ ଗୁରୁଭାଇ ମାନଙ୍କ ଘରେ ଅନୁଷ୍ଠିତ ହୋଇ ଚାଲିଛି l ଭାଦ୍ର ପରିକ୍ରମା କରିବା ଦ୍ୱାରା ପ୍ରତ୍ୟେକ ଗୁରୁଭାଇ ଙ୍କ ଘରେ ସତସଙ୍ଗ ହେବାର ସୁଯୋଗ ପାଇ ପ୍ରଭୁଙ୍କ ଆଶୀର୍ବାଦ ପାଉଛନ୍ତି l ଯାହାକି ଗତ ଅଗଷ୍ଟ ମାସ ୧୭ ତାରିଖରୁ ଆରମ୍ଭ ହୋଇ ଚଳିତ ସେପ୍ଟେମ୍ବର ମାସ ୧୭ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଏହି ଅବସରରେ ଆଜି ଶ୍ରଦ୍ଧାଳୁ ଭକ୍ତପ୍ରଫୁଲ୍ଲ ପଟ୍ଟନାୟକ ଭାଇ ଙ୍କ ଘରେ ଭାଦ୍ର ପରିକ୍ରମାର ସତସଙ୍ଗ ଦିନ ୧୧ ଘଣ୍ଟାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସତସଙ୍ଗରେସହ-ପ୍ରତି ରିତିକ୍ କମଳାକାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଜାଜକ ଗିରିଧାରୀ ସାହୁ,ପ୍ରଶାନ୍ତ କୁମାର ପାତ୍ର,ପଙ୍କଜ ମହାନ୍ତି ଓ ବିବେକାନନ୍ଦ ବାରିକ ଙ୍କ ସହ ଡାବୁଗାଁ ସଦର ମହକୁମା ର ଶ୍ରଦ୍ଧାଳୁ ଭାଇ ଓ ଭକ୍ତିମତି ମାଆ ମାନଙ୍କ ଉପସ୍ଥିତ ବହୁ ସଂଖ୍ୟାରେ ହୋଇଥିଲା l ପୂଜ୍ୟପାଦ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଶ୍ରୀ ଶ୍ରୀ ବଡ଼ଦା,ଆଜିର ସଂଘ ନେତା ଆଚାର୍ଯ୍ୟଦେବ ଙ୍କ ଫଟୋ ଚିତ୍ର କୁ ସୁସଜ୍ଜିତ ମଣ୍ଡପରେ ରଖାଯାଇ ପୁଷ୍ପ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇ ପ୍ରାତଃ ବନ୍ଦନା, ପ୍ରାତଃ ଓ ସଂଧ୍ୟା କାଳୀନ ବନ୍ଦନା, ସଦଗୁରୁ ବନ୍ଦନା,ଧ୍ୟାନ, ଭଜନ, କୀର୍ତ୍ତନ, ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶର ଯାଜନ କରାଯାଇଥିଲା l କମଳା ଭାଇ ଙ୍କ ଯାଜନ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନ ସମସ୍ତ୍ ଗୁରୁଭାଇ ଓ ମା ମାନଙ୍କ ମନ ମୁଗ୍ଧ କରି ଦେଇଥିଲା l ଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ବନିରେ ମୁଖରିତ ହୋଇ ଥିବାବେଳେ ପ୍ରଣାମ ନିବେଦନ ପରେ ସତସଙ୍ଗ କାର୍ଯ୍ୟକ୍ରମ ଶେଷ ହୋଇ ଥିଲା l ଆଜି ର ଦିନରେ ଶ୍ରୀ ଶ୍ରୀ ଠାକୁର ହିମାଇତପୁର ଛାଡି ଦେଓଘର ଆଗମନ କୁ ସ୍ମରଣୀୟ ଦିବସ ରୂପେ ପାଳନ କରି ଥିଲେ ।