Tuesday, August 23, 2022
Homeଘର ପାର୍ଶ୍ଵରୁ ନାଗ ସାପ ଉଦ୍ଧାର

ଘର ପାର୍ଶ୍ଵରୁ ନାଗ ସାପ ଉଦ୍ଧାର

ଦାମନଯୋଡି,୦୩/୦୯:-ନାଲକୋ ଟାଉନସିପ ସେକ୍ଟର ୧ରେ ନିବାସୀ ଠିକାଦାର ସୌମେନ୍ଦ୍ର ଦାସଙ୍କ କ୍ୱାର୍ଟର ପାର୍ଶ୍ଵରେ ଥିବା ପାଇପ୍ ଭିତରକୁ ରବିବାର ମଧ୍ୟାହ୍ନ ସମୟରେ ଏକ ବଡ଼ ନାଗସାପ ପଶି ଯାଇଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମୂଷା ଖାଇବାକୁ ସାପଟି ପଶିଥିଲା।ତେବେ ଟାଉନସିପର ଘରୋଇ 'ଇଏସଏସ' ସୁରକ୍ଷା ବଳ କୁ ଖବର ଦେବା ପରେ ସୁରକ୍ଷା କର୍ମୀ ଲାବଣ୍ୟ ହିଆଲ ଆସି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ।ସାପଟି ପ୍ରାୟ ଛଅ ଫୁଟ ଲମ୍ବ ହେବ।ସାପ ଉଦ୍ଧାର ପରେ ସ୍ଥାନୀୟ ଲୋକ ଲାବଣ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି।ଉଲ୍ଲେଖଯୋଗ୍ୟ ଦାମନଯୋଡିର ବିଭିନ୍ନ ସ୍ଥାନରୁ ସାପ ଉଦ୍ଧାର କରି ଲାବଣ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!