Tuesday, August 23, 2022
Homeଅଖିଳ ଭାରତ କୃଷକ ସଭା

ଅଖିଳ ଭାରତ କୃଷକ ସଭା

ଅଖିଳ ଭାରତ କୃଷକ ସଭା

ପ୍ରତିଷ୍ଠା ଦିବସରେ ଶେରଗଡ଼ ଆଞ୍ଚଳିକ ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା। କୃଷକ ମାନଙ୍କ ସମସ୍ୟା ନେଇ ଚଳିତ ବର୍ଷ ସେପ୍ଟେମ୍ବର ପହିଲାରେ ଶେରଗଡ଼ ଆଞ୍ଚଳିକ ପରିଷଦ ପକ୍ଷରୁ ଶେରଗଡ଼ ବ୍ଳକ୍ ର ବହୁ ଚାଷୀ ଚାଷୀନେତା ଶ୍ରୀ ପଞ୍ଚାନନ ସ୍ବାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ବ୍ଳକ ପରିସରରେ ସମାବେଶ ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ସେମାନେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସଭାରେ ଉପସ୍ଥାପନ କରିଥିଲେ ଏବଂ ତା'ର ତ୍ୱରିତ ସମାଧାନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିଥିଲେ। ସାର ଓ କୀଟନାଶକର ସବ୍ ସିଡ଼ି ପରିମାଣ ବୃଦ୍ଧି, ଶୀତଳ ଭଣ୍ଡାର ପ୍ରତିଷ୍ଠା, କୃଷକମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଶେରଗଡ଼ ବ୍ଳକ୍ ରେ ଜଳସେଚନ ବ୍ୟବସ୍ଥାର ସ୍ଥାୟୀ ସମାଧାନ, ମାଗଣା ପ୍ରିମିୟମରେ ସମସ୍ତ ଚାଷୀଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ, ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ ପୂର୍ବକ ଭାଗଚାଷୀଙ୍କୁ ମାନ୍ୟତା ପ୍ରଦାନ, ସ୍ଵଛ ମଣ୍ଡି ବ୍ୟବସ୍ଥା ସହ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା 4000 ଟଙ୍କା ଧାର୍ଯ୍ୟ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ, ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା କରି ଚାଷୀଙ୍କ ଉପରୁ ଋଣ ଛାଡ଼ କରିବା ଇତ୍ୟାଦି ଦାବୀଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ। ଚାଷୀନେତା ଶ୍ରୀ ସ୍ବାଇଁଙ୍କ ସହିତ ଶ୍ରୀ ହରପ୍ରସାଦ ଆଚାରୀ, ଶ୍ରୀ ଶିବରାମ ପାଣିଗ୍ରାହୀ, ଶ୍ରୀ ଭୀମସେନ ସ୍ବାଇଁ, ଶ୍ରୀ ବଳରାମ ଗଉଡ଼, ଶ୍ରୀ ଜଗନ୍ନାଥ ପାଢ଼ୀ, ଶ୍ରୀ ସୀମାଞ୍ଚଳ ପ୍ରଧାନ, ଶ୍ରୀ ସଞ୍ଜୟ କୁମାର ଦାସ, ଶ୍ରୀ କବିରାଜ ବିଷୋୟୀ, ଶ୍ରୀ କିଶୋର ଚନ୍ଦ୍ର ସାମଲ, ଶ୍ରୀ ଗନ୍ତା ନାହାକ, ଶ୍ରୀ ଯୋଗେନ୍ଦ୍ର ନାହାକ,ଶ୍ରୀ ବିଶୁନାଥ ନାହାକ ପ୍ରମୁଖ ଯୋଗଦେଇ ପ୍ରତିବାଦ ଶେଷରେ ଶେରଗଡ଼ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
 ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!