Tuesday, August 23, 2022
Homeକାଲିମେଳା ରେ ଡ୍ରାଇଭର ମହାସଂଘ ଦିବସ ପାଳିତ

କାଲିମେଳା ରେ ଡ୍ରାଇଭର ମହାସଂଘ ଦିବସ ପାଳିତ



 କାଲିମେଳା,1/ 9   ସେପ୍ଟେମ୍ବର 1 ଆଜି ଡ୍ରାଇଭର ମହାସଂଘ ଦିବସ ଉପଲକ୍ଷେ ଉପାନ୍ତ ମାଲକାନଗିରି ଜିଲ୍ଲା କାଲିମେଳା   ବ୍ଲକ ରେ ସମସ୍ତ ଡ଼୍ରାଇଭର ସଂଘ କର୍ମକର୍ତା ମାନଙ୍କୁ ନେଇ ଡ୍ରାଇଭର ସଂଘ ଦିବସ ପାଳିତ ହୋଇଯାଇଛି l କାଲିମେଳା ହାଟପଦା ନିକଟରେ ଥିବା ଅସ୍ଥାୟୀ ସଂଘ କାର୍ଯ୍ୟଳୟ ପରିସରରେ ଆୟୋଜିତ ସଭାକୁ କାଲିମେଳା ତହସିଲଦାର ଚାଇନୁ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସଂଘର ଜିଲ୍ଲା ଉପ ସଭାପତି ସରଜିତ ଦେବନାଥ, ସମ୍ପାଦକ ମହୋନ ବର୍ମନ, କୋଷାଧ୍ଯକ୍ଷ ତାପସ ଡାକୁଆ କାଲିମେଳା ବ୍ଲକ ସଭାପତି ପ୍ରଦୀପ କୁମାର ରାୟ, ଉପ ସଭାପତି ସୁଷେନ ବିଶ୍ଵାସ, ସମ୍ପାଦକ ସଞ୍ଜୟ ରାୟ ସହସମ୍ପାଦକ ସୁଶାନ୍ତ ରାଉତ ବରୁଣ ରାୟ ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ରହି ସଂଘ ର ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଡ୍ରାଇଭର ସଂଘ ପକ୍ଷରୁ ଦୂର୍ଘଟଣା ମୁକ୍ତ ଭାରତ ଆମର ଲକ୍ଷ, ନିଶା ମୁକ୍ତ ଡ୍ରାଇଭର ସମାଜ ଆମର ଲକ୍ଷ ବାର୍ତ୍ତା ଦିଆଯାଇଛି l ଓଡିଶା ଡ୍ରାଇଭର ମହାସଂଘ ଆନୁକୁଲ୍ୟରେ ଏହି ଦିବସ ପାଳନ କରାଯାଇଥିବା ବେଳେ ସଂଘର ସତାଧିକ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଙ୍କ ସୁଖଦୁଖରେ ସାଥ ଦେବା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି l 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!