Tuesday, August 23, 2022
Homeପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ବିୟୋଗ

ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ବିୟୋଗ

ପୂର୍ବତନ ବିଜେଡି ସଭାପତି ମେହେଙ୍ଗା ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦୀର୍ଘ ଦିନ ହେଲା ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ବେଳେ ଆଜି ତାଙ୍କର ବିୟୋଗ ଘଟିଛି । ତାଙ୍କୁ ଦର୍ଶନ କରିବା ପାଇଁ ବହୁ ଶୁଭେଚ୍ଛୁ 
ମାଲକାନଗିରି ସଦର ମହକୁମା ସ୍ଥିତ ଦୁର୍ଗାଗୁଡି ସାହିରେ ଥିବା ତାଙ୍କ ବାସଭବନକୁ ଯାଇ ରୁଣ୍ଡ ହୋଇଥିବା ଜଣାପଡିଛି।ସେ
ଆଜି ଭୋର୍ ୪.୩୦ ମିନିଟ୍ ରେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳେ କୁ ମେହେଙ୍ଗା ସିଂଙ୍କ ବୟସ ୭୬ ବର୍ଷରେ ପଦାର୍ପଣ
କରିଥିଲା ।
ଶ୍ରୀ ମେହେଙ୍ଗା ସିଂଙ୍କ ଜନ୍ମ ୩ ମାର୍ଚ୍ଚ ୧୯୪୭ ମସିହାରେ । ୧୯୬୫ ମସିହାରେ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଆସି ଗୋଟିଯୋଡି ଗ୍ରାମରେ ବସତି ସ୍ଥାପନ କରିଥିଲେ। ବ୍ୟବସାୟ ଏବଂ କୃଷି ଥିଲା ତାଙ୍କର ମୁଖ୍ୟ ଜୀବିକା ।୧୯୭୭ ମସିହାରେ ସର୍ବ ପ୍ରଥମେ ଜନତା ଦଳରେ ଯୋଗଦାନ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ସଭାପତି ମଣ୍ଡନ କଲା ପରେ କଠିନ ପରିଶ୍ରମ କରି ଜନତା ଦଳର ସଙ୍ଗଠନକୁ ସୁଦୃଢ କଲେ। ଫଳରେ ୧୯୭୭ ମସିହାରେ ହୋଇଥିବା ନିର୍ବାଚନ ରେ ଜନତା ଦଳରୁ ବିଧାୟକ ଭାବେ ନାକା କାହ୍ନାୟା ବିଜୟ ଲାଭ କରିଥିଲେ। ମେହେଙ୍ଗା ସିଂଙ୍କ ବରିଷ୍ଠ ନେତୃତ୍ବ ଓ ଦକ୍ଷ ରାଜନୈତିକ ସଂଗଠକ ହେତୁ ଜନତା ଦଳ ବାରମ୍ବାର ବିଜୟ ଲାଭ କରି ଆସିଥିଲେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ। ଶ୍ରୀ ସିଂ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅତି ଆପଣାର ମଣିଷ ।ସେ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ମାଲକାନଗିରି ଅଞ୍ଚଳର ଯାହା ବିକାଶର କଥା ବିଜୁବାବୁଙ୍କ ନିକଟରେ ଉପସ୍ଥାପନ କରୁଥିଲେ, ସିଧାସଳଖ ତାଙ୍କ କଥାକୁ ଗୁରୁତ୍ବ ଦେଉଥିଲେ। ୧୯୯୦ ମସିହାରୁ ୧୯୯୭ ଜନତା ଦଳ ଏବଂ ୧୯୯୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଭାପତି ଥିଲେ।ସେ ଯୁବ ଅବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସ୍ବାର୍ଥ ପାଇଁ ନେତା ଆଉ କର୍ମୀ ଦଳ ବଦଳ କରାଯାଉଥିବା ଦେଖା ଦେଇଥିଲା ବେଳେ ମେହେଙ୍ଗା ସିଂ ଦଳ ବଦଳ କରିନଥିଲେ।ସେ ଜଣେ ବିଜୁବାବୁଙ୍କ ସଚ୍ଚା କର୍ମୀ ଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ମଧ୍ୟ ବିଜେଡି ରେ ସଭାପତି ରହି ଦାୟିତ୍ଵ ନିର୍ବାହ କରିଥିଲେ। ମାଲକାନଗିରିରେ ଜନତା ଦଳ ହେଉ କି ବିଜୁ ଜନତା ଦଳ ହେଉ ମେହେଙ୍ଗା ସିଂଙ୍କୁ ବୁଝାଉଥିଲା । ସେ ଆଜି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କ ମୃତ୍ୟୁ ଶରୀରକୁ ଦୁର୍ଗାଗୁଡି ସ୍ଥିତ ବାସଭବନ ରଖାଯାଇଛି। ତାଙ୍କ ମରଶରୀର ନିକଟରେ ପତ୍ନୀ ରାଜବନ୍ତ କୌର ରହିଥିବା ବେଳେ ପୁତ୍ର ସତବିନ୍ଦର ସିଂ ରହିଛନ୍ତି। ତାଙ୍କର ଆଉ ଦୁଇ ପୁଅ ପୁପିନ୍ଦର ସିଂ ଏବଂ ପ୍ରୀତପାଲ ସିଂ ଭୁବନେଶ୍ୱର ରେ ରହୁଥିବା ଜଣାପଡିଛି। ତାଙ୍କର ଦୁଇ ଜଣ ବିବାହ କନ୍ୟା ପରମିନନ୍ଦର ଜିତ କୌର ଏବଂ କୁଲବିନ୍ଦର ଜିତ କୌର
ପଞ୍ଜାବରେ ରହୁଥିବା ଜଣାପଡିଛି।ସୂଚନା ପାଇ ସମସ୍ତେ ମାଲକାନଗିରି ଆସୁଥିବା ବେଳେ ଆସନ୍ତା କାଲି ଅନ୍ତେଷ୍ଟି କ୍ରିୟା ସଂପନ୍ନ କରାଯିବ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!