Tuesday, August 23, 2022
Homeଶେରଗଡ଼ ଥାନାରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳିତ

ଶେରଗଡ଼ ଥାନାରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳିତ

sulg :-- ଶେରଗଡ଼ ଥାନାରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳିତ 
ଶେରଗଡ଼, 
ପବିତ୍ର ରାକ୍ଷୀ ବନ୍ଧନ କେବଳ ଯେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ ତାହା ନୁହେଁ ବରଂ ଅନ୍ୟର ସୁରେକ୍ଷା ନିମନ୍ତେ ଉଦିଷ୍ଟ,!ଆଧ୍ୟାତ୍ମିକ ରୀତିରେ ବିଚାର କଲେ ଆମ ଅନ୍ତଃ ମନରେ ଭଲ -ମନ୍ଦ, ସତ୍ୟ -ଅସତ୍ୟ, ପାପ -ପୁଣ୍ୟ, ପବିତ୍ରତା -ଅପବିତ୍ରତା ଆଦି ପ୍ରବୃତି ମଧ୍ୟରେ ନିରନ୍ତର ହେଉ ଥିବା ସଂଘର୍ଷ ର ଅଭିବ୍ୟକ୍ତମାତ୍ର,!ଏହି ପର୍ବ ପାଳନ ଅବସରରେ ପରସ୍ୱର କୁ ମିଠା ଖୁଆଇବା ଅର୍ଥ ସର୍ବଦା ଅନ୍ୟ ମାନଙ୍କ ସହ ମିଠା ଓ ସ୍ମୃତି ମଧୁର ସମ୍ବେଦନ ଶୀଳ ବାକ୍ୟ ବିନିମୟ ଦ୍ୱାରା କାର୍ଯ୍ୟ ବ୍ୟବହାର ମୂଳ ଉଦେଶ୍ୟ,!ତତ ସହିତ ମନ, ବଚନ, କର୍ମରେ ପବିତ୍ରତା ର ଧାରଣା ତଥା ନିଃସ୍ୱାର୍ଥ, ନିର୍ମଳ ସ୍ନେହ ର ବନ୍ଧନରେ ବନ୍ଧା ହୋଇ ସୁସ୍ଥ ଜୀବନ ଯାପନ ର ଦୃଢ଼ ପ୍ରତିଜ୍ଞା ସ୍ୱରୂପ ଶେରଗଡ଼ ସମାଜ ସେବୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଙ୍କ ଉଦ୍ୟୋଗ ରେ ସାମ୍ବାଦିକ ଅଖିଳ କୁମାର ପଟନାୟକ, ଦିଲୀପ କୁମାର ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଶ୍ରୀପଦ କୁମାର ଦାଶ, ବାପୁନି ସେଠି ସମ୍ମିଳିତ ଭାବେ ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ଏ ଏସ ଆଈ ସତ୍ୟଜିତ ବେଣିଆ, କୃଷ୍ଣ ଚନ୍ଦ୍ର ଦାଶ, କିଶୋର ପାଳ, ସମୀର ସୁନା ଙ୍କ ମଧ୍ୟରେ ରାକ୍ଷୀ ବନ୍ଧନଓ ମିଠା ଖିଆ  ଉତ୍ସବ ପାଳନ କରାଯାଇ ପରସ୍ୱର ଭଗବାନ ଙ୍କ ଠାରେ ଶୁଭ କାମନା କରି ଥିଲେ l
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!