ଦାମନଯୋଡି,୩୦/୮:-ଦାମନଯୋଡିର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ବର୍ଷା ସାହିତ୍ଯ ସଂସଦ ତରଫରୁ ନାଲକୋ କମୁନିଟି ସେଣ୍ଟର ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଥିଲା।ଏଥିରେ ନାଲକୋର ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା ମୁଖ୍ଯ ଅତିଥି,କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ପ୍ରଫେସର ଡକ୍ଟର ଆଲୋକ କୁମାର ବରାଳ ମୁଖ୍ଯ ବକ୍ତା ରୂପେ ଯୋଗଦାନ କରିଥିଲେ।ଅତିଥିମାନଙ୍କର କରକମଳରେ ଗଙ୍ଗାଧର ମହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପଦାନ ପ୍ରଜ୍ବଳନ କରାଯାଇ ଥିଲା।ସଂସଦର ସଭାପତି ଡଃ ପ୍ରଦୀପ କୁମାର ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାରସ୍ବତ ସାଧକ ବିଜୟ କୁମାର ଜେନାଙ୍କ ଭ୍ରମଣ କାହାଣୀ 'ଆର୍ଯ୍ୟଭୂମି ଲଦାଖ' ପୁସ୍ତକ ଲୋକାର୍ପଣ କରାଯାଇଥିଲା ।ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳଙ୍କ ନେତୃତ୍ବରେ ରଶ୍ମିତା ବାରିକ,ସରୋଜିନୀ ତ୍ରିପାଠୀ,ପ୍ରଭାତୀ ଅନୁଗୁଳିଆ 'ମଙ୍ଗଳେ ଅଇଲା ଉଷା...'ପଦ୍ଯକୁ ସୁମଧୁର କଣ୍ଠରେ ଗାନ କରିଥିଲେ।ପ୍ରାରମ୍ଭରେ ସ୍ବର୍ଗତ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ଯ ରେ ନୀରବ ପ୍ରାର୍ଥନା କରାଯାଇଥିଲା ।ମେହେର ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ୱତୀବିଦ୍ଯା ମନ୍ଦିର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଦିଲ୍ଲୀ ପବ୍ଲିକ ସ୍କୁଲ, ମାଲୁ ସାଉନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ,ଏକ୍ସ ବୋର୍ଡ ସ୍କୁଲ, ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା।ବକ୍ତାମାନେ ଆଜିର ପରିପ୍ରେକ୍ଷିରେ ଗଙ୍ଗାଧର ମେହେରଙ୍କ ସାହିତ୍ଯର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ସେହିଭଳି କାଳଜୟୀ ସାରସ୍ବତ ସାଧନା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ନଳିନୀକାନ୍ତ ସେନାପତି,ଡଃ ମନୋଜ କୁମାର ନାୟକ,ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦୀପାନ୍ବିତା ଦାସ,ଶ୍ରୀମତୀ ସରିତା ବେହେରା,ଡଃ ସ୍ବାତୀ ଚାଟାର୍ଜୀ,ଅରୁଣ କୁମାର ମହାନ୍ତି, ତ୍ରୈଲୋକ୍ୟନାଥ ସାହୁ,ବବିତା ପାଲ,ଡଃ ନରେଶ ଚନ୍ଦ୍ର ସାହୁ,ନାରାୟଣ ସାହୁ,ସଂଜୀବ କର,ଡଃ ନୀରୋଦ କୁମାର ପ୍ରଧାନ, ବ୍ରହ୍ମାନନ୍ଦ ସାମଲ ,ଅନନ୍ତ ଚରଣ ସାମଲ, ରାଜୀବ କୁମାର ନାୟକ,ନରସିଂହ ବ୍ରହ୍ମା,ମାନସ ରଞ୍ଜନ କର,ବିଜୟ କୁମାର ଆଚାର୍ଯ୍ଯ,ଶାନ୍ତନୁ କୁମାର ସାମଲ,ଅକ୍ଷୟ କୁମାର ଜେନା,ଚୈତନ୍ୟ ହନ୍ତାଳ,ଅମୁଲ୍ଯ କୁମାର ସାହୁ,କାମିନୀ ସାହୁ,ଅନାମ ଚରଣ ନାୟକ,ସତ୍ଯନାରାୟଣଦାସ,ରାଜେନ୍ଦ୍ରକୁମାରପଣ୍ଡା,ଜୟନ୍ତୀକା ପରିଡା,ଆଦିତ୍ଯପ୍ରସାଦ ରଥ, ଶ୍ରୀଧର ପାଲ,ସୁଶାନ୍ତ କୁମାର ଦାଶ,ସୂର୍ଯ୍ୟକାନ୍ତ ମହାନ୍ତି, ମୂରଲୀଧର ଦାସ ପ୍ରମୁଖ ଶତାଧିକ ବିଦଗ୍ଧ ସାରସ୍ବତ ସାଧକ,ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଡ଼ଃ ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ଶେଷରେ ସଂପାଦକ ଶ୍ରୀଧର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।