Tuesday, August 23, 2022
Homeବୃକ୍ଷରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ଓ ଅତିଥି

ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ଓ ଅତିଥି

ଦାମନଯୋଡି,୩୧/୦୮:- ନାଲକୋ ଟାଉନସିପ ସରସ୍ଵତୀ ବିଦ୍ୟା ମନ୍ଦିରରେ ଗୁରୁବାର ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ବୃକ୍ଷ କୁ ରାକ୍ଷୀ ବାନ୍ଧି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। ମୁଖ୍ୟ ଅତିଥି ଭାବେ ବିଦ୍ୟା ମନ୍ଦିର ପରିଚlଳନl ସମିତି ସଭାପତି ତଥା ନାଲକୋ ର ସମୂହ ମହାପ୍ରବନ୍ଧକ (ଏ.ଆର.) ପ୍ରମୋଦ କୁମାର ବେହେରା ନିଜ ବକ୍ତବ୍ୟରେ ଗଛର ଉପକାରିତା, ଲୋକପିଛା ବର୍ତ୍ତମାନ ଥିବା ଗଛ ସଂଖ୍ୟା ଓ ପୂର୍ବରୁ ଥିବା ସଂଖ୍ୟାର ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ। ପୂର୍ବ ଅବସ୍ଥା ଆସିବା ଲାଗି ସମସ୍ତେ ନିଜର ଜନ୍ମ ଦିନରେ ଗଛ ଲଗାଇବା ଲାଗି ପରାମର୍ଶ ଦେବା ସହ ଶ୍ରୀ ବେହେରା ବିଦ୍ୟାମନ୍ଦିର ସମ୍ମୁଖରେ ଥିବା ରୁଦ୍ରାକ୍ଷ ଗଛରେ ଯୁବରେଡକ୍ରସ ସ୍ବେଚ୍ଛାସେବୀଙ୍କ ଦ୍ଵାରା ପ୍ରସ୍ତୁତ ରାକ୍ଷୀ ବାନ୍ଧିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ବିତ୍ତ ସଦସ୍ୟ ବଳରାମ ପାଢ଼ୀ,ଭlରପ୍ରlପ୍ତ ଅଧକ୍ଷ ପ୍ରଦୀପ କୁମାର ଜଗତି,ଡଃ ବନ୍ଦିତା ନନ୍ଦ,ଡଃ ନିରୋଦ କୁମାର ପ୍ରଧାନ ଓ ହରିପ୍ରୀୟା ଦାସ ଅଂଶଗ୍ରଣ କରିଥିଲେ। ଶ୍ରୀ ପାଢ଼ୀ ମଧ୍ୟ ଏ ଅବସରରେ ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ ରlଖି ବଟଲ ପାମ ଗଛରେ ବାନ୍ଧିଥିଲେ। ଯୁବରେଡକ୍ରସ ପରାମର୍ଶଦାତା ଡଃ ନରେଶ ଚନ୍ଦ୍ର ସାହୁ ଓ ଯୁବରେଡକ୍ରସ ସ୍ୱେଚ୍ଛାସେବୀ ସନ୍ତୋଷ କୁମାର ନାୟକ,ପ୍ରିତମ ଓ ନାରାୟଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!