Tuesday, August 23, 2022
Home" ଗାଁ ପାଇଁ ଦିନଟିଏ" ମା ପାଇଁ ଦିନଟିଏ” ରକ୍ଷାବନ୍ଧନ ରେ ବନ ମହୋତ୍ସବ

" ଗାଁ ପାଇଁ ଦିନଟିଏ" ମା ପାଇଁ ଦିନଟିଏ” ରକ୍ଷାବନ୍ଧନ ରେ ବନ ମହୋତ୍ସବ

ଭଂଜନଗର :-  ଆଗ୍ରହ ଓ ଉତ୍ସାହ, ନିଷ୍ଠା ଓ ତ୍ୟାଗ ତଥା ଧୈର୍ଯ୍ୟ ଓ ସାହସ ଥିଲେ କେଉଁ କାର୍ଯ୍ୟବା ଅସମ୍ଭବ, ଏହା ପ୍ରମାଣିତ କରିଛନ୍ତି ବେଲଗୁଣ୍ଠା ବ୍ଲକର ନେଟଙ୍ଗା ଗ୍ରାମପଞ୍ଚାୟତ  ତଥା ଗ୍ରାମର ଯୁବଗୋଷ୍ଠୀ। ସବୁଜ ବାହିନୀ ଓ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ କମିଟି ସଦସ୍ୟ ମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ରକ୍ଷାବନ୍ଧନ ଉତ୍ସବ। ଏହି ପବିତ୍ର ଦିନରେ ସକାଳ ସମୟରେ ଯୁବଗୋଷ୍ଠୀ ହାତରେ କୋଡି,ଶାବଳ,କାତି ଇତ୍ୟାଦି ଧରି ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପାଶ୍ୱର୍ରେ ସ୍ଵଛଭାରତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତାପରେ ବୃକ୍ଷକୁ ପୂଜା ଅର୍ଚ୍ଚନା କରି ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ସମସ୍ତ ଉପସ୍ଥିତ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ କୁ ରାକ୍ଷୀ ବାନ୍ଧି , ଗଛଟିକୁ ନିଜର ପୋଷ୍ୟ ଗଛ ରୂପେ ଗ୍ରହଣ କରିଥିଲେ। ପରିବେଶ ପ୍ରେମୀ ତଥା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ କମିଟି ସଦସ୍ୟ ରମାବଲ୍ଲଭ ସ୍ଵାଇଁ, ରାମ ସ୍ଵାଇଁ, ବିଚି ସ୍ଵାଇଁ, ବିଜୟ ନାୟକ ପ୍ରାକ୍ତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ତଥା ଯୁବଗୋଷ୍ଠୀ ମହେଶ୍ୱର, ଶିବ ପ୍ରଭାତ, ବିବି, ଇବି, ଭୂଲା, ଯଜ୍ଞ, କାହ୍ନୁ, ସାଲୁ, ଅମୂଲ୍ୟ, ଶରତ, କେଦାର, ବିଶନ୍ତ ଗଣେଶ, ଭେଲୁ, ଅରୁଣ, ଶଙ୍କର, ସନ୍ତୋଷ, ବିଚିତ୍ର, ଭିକା, ବାହନ, ଉଲା, ଜଡ଼ା, ନିତ୍ୟାନନ୍ଦ, ସନ୍ତୋଷ, ରବି ପରଜା କୁରାଳସାହି ମିଶନ୍ ଶକ୍ତି ମହିଳା ଗୋଷ୍ଠୀ ଆଦି ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!