ଦାମନଯୋଡି,୩୦/୦୮:- ୨୯ ତାରିଖ ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ନାଲକୋ ସ୍ପୋର୍ଟସ ସେଲ ଓ ନାଲକୋ କମ୍ୟୁନୀଟି ସେଣ୍ଟର ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ରବିବାର ଠାରୁ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କର୍ମଚାରୀ ଓ ପରିବାର ବର୍ଗଙ୍କ ପାଇଁ ସ୍ବତନ୍ତ୍ର କ୍ରୀଡ଼ା ଆୟୋଜନ କରାଯାଇଥିଲା।ଚାଲିବା ପ୍ରତିଯୋଗୀତା (ୱାକ ରେସ), ଟଗ ଅଫ ୱାର,ଚେସ,ଫୁଟବଲ ଓ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ମଙ୍ଗଳବାର କମ୍ୟୁନୀଟି ସେଣ୍ଟର ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ନାଲକୋ ହସ୍ପିଟାଲର ମୁଖ୍ୟ ଡାକ୍ତର ଅମରଜିତ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ନାଲକୋର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର କର ଓ ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।କମ୍ୟୁନୀଟି ସେଣ୍ଟର ସଭାପତି ତଥା ନାଲକୋ ମହାପ୍ରବନ୍ଧକ ଆଶିଷ କୁମାର ସେନାପତି,ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ଆନ୍ତଃ କ୍ରୀଡ଼ା ସମ୍ପାଦକ ବିଭୂତି ଭୂଷଣ ଶବର,ସାଂସ୍କୃତିକ ସମ୍ପାଦକ ଏସ କେ ପାତ୍ରଙ୍କ ସହିତ ବିଜୟ ସାହୁ,ମୋହନ ଖରା,ପି.ଲେହେରି ଓ ରେଫରୀ ଡ.ରମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।