ଦାମନଯୋଡି,୩୦/୦୮:- ଦାମନଯୋଡିରେ ପବିତ୍ର ରକ୍ଷା ବନ୍ଧନ ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।ଭଉଣୀ ମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ଖୁଆଇଥିଲେ।ତେବେ ସୋସିଆଲ ମିଡିଆ ଓ ଟିଭି ଚାନେଲରେ ରକ୍ଷା ବନ୍ଧନ ସମୟ ଓ ଦିବସକୁ ଭିନ୍ନ ଭିନ୍ନ ମତ ଓ ଦ୍ୱନ୍ଦ ରହିବା ପରେ ଦାମନଯୋଡିରେ ସର୍ବ ସମ୍ମତ ଭାବେ ବୁଧବାର ଦିନ ୧୧ଟା ୨୦ମିନିଟ ପରେ ରାକ୍ଷୀ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଥିଲା।ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଇଁ ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।ଶ୍ରୀବଳଭଦ୍ରଙ୍କ ଏକ ମୃଣ୍ମୟ ମୂର୍ତ୍ତିରେ ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା କରାଯାଇ ଷୋଡ଼ଶ ଉପଚାର ପୂଜା,ହୋମ ଆଦି କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା ଓ ବିଜୟ କୁମାର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ କୈଳାସ ଚନ୍ଦ୍ର ପଣ୍ଡା, ଅମୀୟ କୁମାର ସାମନ୍ତରାୟ ଓ ପ୍ରଭାତ ରଥ ସହଯୋଗ କରିଥିଲେ।ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହିତ ରାକ୍ଷୀ ପ୍ରଦାନ ଓ ଭୋଗଲାଗି କରିଥିଲେ।ରକ୍ଷାବନ୍ଧନ ପାଇଁ ଦାମନଯୋଡିର ମାଥାଲପୁଟ,ଭେଜାପୁଟ ଅଁଳାବାଡି କଲୋନୀ,ସୁରକ୍ଷା ବିହାର, କଳାହାଣ୍ଡି କଲୋନୀ,ଚମ୍ପାପଦର ଓ ମରିଚମାଳ ଆଦି ସ୍ଥାନରେ ଥିବା ବିଭିନ୍ନ ଶିବ ମନ୍ଦିର,ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର,ତ୍ରିନାଥ ମନ୍ଦିର ଓ ଶ୍ରୀ ଅଭୟ ଆଞ୍ଜେନେୟଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ସହିତ ଶ୍ରଦ୍ଧାଳୁ ମାନେ ଦିଅଁ ମାନଙ୍କୁ ରାକ୍ଷୀ ପ୍ରଦାନ କରୁଥିବା ଦେଖାଯାଇଥିଲା।ଟାଉନସିପ ସ୍ଥିତ ଶ୍ରୀ ଶିରିଡ଼ି ସାଇ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜାନୀତି ହୋଇଥିଲା। ସେକ୍ଟର ୧ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ରାଜ ଯୋଗ ଉପ ସେବାକେନ୍ଦ୍ର ଠାରେ ମଧ୍ଯ ରକ୍ଷା ବନ୍ଧନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ସୋସିଆଲ ମିଡିଆ ଓ ଟିଭି ଚାନେଲରେ ରକ୍ଷା ବନ୍ଧନ ସମୟ ଓ ଦିବସକୁ ଭିନ୍ନ ଭିନ୍ନ ମତ ଓ ଦ୍ୱନ୍ଦ ରହିବା ପରେ ଦାମନଯୋଡିରେ ସର୍ବ ସମ୍ମତ ଭାବେ ବୁଧବାର ଦିନ ୧୧ଟା ୨୦ମିନିଟ ପରେ ରାକ୍ଷୀ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଥିଲା।