ଭଞ୍ଜନଗର,୨୯/୦୮ : ଜଗନ୍ନାଥ ପ୍ରସାଦ ବ୍ଳକ ବିଡିପୁର ସ୍ଥିତ ତେନ୍ତୁଲିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ ଜାତୀୟଖେଳ ଦିବସ ଅଧ୍ୟକ୍ଷ ରମଣୀରଂଜନ ମିଶ୍ରଙ୍କ ପୌରହିତରେ ଅନୁଷ୍ଟିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ମୁଖ୍ଯଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖେଳର ଗୁରୁତ୍ୱ ସଂପର୍କରେ ଉଦ୍ ବୋଧନ ଦେଇଥିଲେ । କ୍ରିଡା ସଂସଦର ଉପ ସଭାପତି ଅଧ୍ୟାପକ ମାଧବ ଦଳେଇ କାଯ୍ୟକ୍ରମର ଲକ୍ଷ ଓ ଆଭିମୁଖ୍ଯ ସଂପର୍କରେ ନିଜ ବକ୍ତବ୍ଯ ରଖିଥିଲେ। ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କବାଡି,ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୂଖ୍ଯ ଅତିଥିଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହା ପରେ ଇଂରାଜୀ ବିଭାଗ ଦ୍ବାରା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳଶିକ୍ଷକ ପ୍ରାଣକୃଷ୍ଣ ଗୌଡ ଏହାକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପିକା ମିନତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।