ଶେରଗଡ଼ ତା,29/08/23ରିଖ ଶେରଗଡ଼ ବ୍ଲକର ରାଜା ସାହେବ ଙ୍କୁ ବିଳମ୍ବରେ ହେଲେ ମଧ୍ୟ ପ୍ରଥମ ସହିଦ ସମ୍ମାନ ମିଳିଛି। ଶେରଗଡ଼ ରାଜା ପୂର୍ଣ୍ଣଚନ୍ଦ୍ର ସିଂଦେଓ କଟକ ଇନ୍ଡୋର୍ ଷ୍ଟାଡିୟମ୍ରେ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ହାତରୁ ଏହି ସମ୍ମାନ, ମାନପତ୍ର ଓ ଉପଢୌକନ ଗ୍ରହଣ କରିଛନ୍ତି।ଇତିହାସରୁ ଜଣାଯାଏ ଯେ ଶେରଗଡ ରାଜା ହରିକୃଷ୍ଣ ଦେବଙ୍କପୁତ୍ର ରାଜା ଅଦ୍ଵୈତ ପ୍ରସାଦ ସିଂଦେଓ ପରବର୍ତ୍ତୀ ସମୟରେ ରାଜ ସିଂହାସନ ଆରୋହଣ ହୋଇଥିଲେ। ପ୍ରାୟ ୧୮୦୦ମସିହାରେ ବ୍ରିଟିଶ୍ କର୍ଣ୍ଣଲ୍ ସ୍ମିଥ୍ ଗଞ୍ଜାମ ଆକ୍ରମଣ କରିବା ସମୟରେ ପଥରପୁଞ୍ଜି ତୋଟାରେ ରାତ୍ରଯାପନ କରୁଥିଲେ। ରାଜା ଅଦ୍ଵୈତ ପ୍ରସାଦ ସେଠାରେ ଆକ୍ରମଣ କରିଥିଲେ।କର୍ଣ୍ଣେଲ ଏକ ତୋପକୁ ରାଜାଙ୍କ ଉପରକୁ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ତାହା ବାଜି ସେ ସହିଦ ହୋଇଥିଲେ।ସେ ଥିଲେ ଶେରଗଡ ଅଞ୍ଚଳର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ। ଏକଥା ମାଡ୍ରାସ ର ସଂଗ୍ରହାଳୟରେ ମହଜୁଦ ଅଭିଲେଖାରୁ ଜଣାଯାଏ। ସୋମବାର ଶେରଗଡର ବର୍ତ୍ତମାନ ରାଜା ପୂର୍ଣ୍ଣଚନ୍ଦ୍ର ସିଂଦେଓ ସେହି ସହିଦଙ୍କ ସ୍ବାଧୀନତା ସମ୍ମାନ ଗ୍ରହଣ କରିଛନ୍ତି। ଶିକ୍ଷାବିତ୍ ହୟଗ୍ରୀବ ତ୍ରିପାଠୀ, ରାଜା ପ୍ରସନ୍ନ କୁମାର ସିଂଦେଓ,ସମାଜସେବୀ ଦୁର୍ଗାପ୍ରସାଦ ବିଷୋୟୀ,ପ୍ରାକ୍ତନ ଇତିହାସଅଧ୍ୟାପକ ହୃଷିକେଶପାତ୍ର, ସମାଜସେବୀ ସୂର୍ଯ୍ୟନାରାୟଣଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ସମ୍ମାନପ୍ରଦାନ କରିଥିବା ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ