ଝାଡ଼ାଙ୍କୁଲି,ରଙ୍ଗେଈଲୁଣ୍ଡା ତା.୨୯ ଅଗଷ୍ଟ ୨୦୨୩, ସାହୁ ପରିବାର ଝାଡ଼ାଙ୍କୁଲି ଓ ରଘୁନାଥ ମନ୍ଦିର କମିଟି ଝାଡ଼ାଙ୍କୁଲି ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର, ରଘୁନାଥ ମନ୍ଦିର କମିଟି ଝାଡ଼ାଙ୍କୁଲି ଠାରେ ଆୟୋଜନ କରାଯାଇଛି. ଉକ୍ତ ଶିବିରକୁ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବଳରାମ ସାହୁଙ୍କ ସଭାପତିତ୍ୱରେ, ମାନସ ପରିବାର ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ସ୍ୱାମୀ ଅଖିଳାନନ୍ଦ ସମ୍ମାନନୀୟ ଅତିଥିଙ୍କ ନେତୃତ୍ୱରେ ଉଦଘାଟନ କରିଥିଲେ ଏବଂ ସାହୁ ପରିବାର ଝାଡ଼ାଙ୍କୁଲି ଓ ରଘୁନାଥ ମନ୍ଦିର କମିଟି ଝାଡ଼ାଙ୍କୁଲିର ସମସ୍ତ କାର୍ଯ୍ୟକାରୀ ସଦସ୍ୟଗଣ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୬୬ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୯ ଙ୍କୁ ଚସମା ଦିଆ ଗଲା, ମୋଟ ୧୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ସେହି ୧୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ଯିବେ. ୮ ଜଣ ଙ୍କର ରେଟିନା ଚେକ ଅପ କରଗଲା.
__ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ସାଗର ପୃଷ୍ଟି (ଚିଫ ଅପଟୋମେଟ୍ରିଷ୍ଟ), Z. ଅହମଦ, ମିସ ସୁନିତା ଗୌଡ଼, ମିସ ପ୍ରଜନୀ ରଇତ, ମିସ ଶ୍ଵେତା ଦଳାଇ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ଇ.ସାକିଲି, ଶ୍ରୀ ଗୋପାଳ ମିଶ୍ର,ଶ୍ରୀ ସନ୍ତୋଷ ନାୟକ ଶିବିର କୁ ପରିଚାଳନା କରିଥିଲେ.