ଗଂଜାମ ଜିଲ୍ଲା ବୁଗୁଡ଼ା ଏନ୍.ଏ.ସି କାଞ୍ଜିଆପଲ୍ଲୀ ୱାର୍ଡ଼ ନଂ - ୧ ର ଗୋଟିଏ ପରିବାରର ବାପା ଝିଅ ଶିବରାମ ନାୟକ (ବୟସ - ୩୫) ଏବଂ ଶ୍ରାବଣୀ ନାୟକ (ବୟସ - ୬) ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଉଛନ୍ତି।