Tuesday, August 23, 2022
Homeନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ଅଙ୍ଗୀକାର ଓ ଅଦ୍ୱିତୀୟକୁ ପୁରସ୍କାର

ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ଅଙ୍ଗୀକାର ଓ ଅଦ୍ୱିତୀୟକୁ ପୁରସ୍କାର

ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ଅଙ୍ଗୀକାର ଓ ଅଦ୍ୱିତୀୟକୁ ପୁରସ୍କାର 

ବିହାର ରାଜ୍ୟର ନାୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଈ ଯାଇଛି 'ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୩' । ଏହି ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମର ଦୁଇ ଯୁବକ । ନୃତ୍ୟମ କଳା ଗବେଷଣା କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଫିଲ୍ମ 'ଅଙ୍ଗୀକାର' ପାଈଁ ନିର୍ଦ୍ଦେଶକ କ୍ରିଷ୍ଣା ଡି.କେ.ଙ୍କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଓ ଶ୍ରେଷ୍ଠ କାହାଣୀ ବର୍ଗରେ ଫିଲ୍ମ 'ଅଦ୍ୱିତୀୟ' ର ଲେଖକ ସୀମାଞ୍ଚଳ ମହାରଣାଙ୍କୁ ପୁରସ୍କାର ପ୍ରଦାନ କରା ଯାଇଛି। ଏହି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସମଗ୍ର ବିଶ୍ଵରୁ ୮୪ ଟି ଦେଶ ଭାଗ ନେଇଥିଲେ। ମହୋତ୍ସବର ନିର୍ଦ୍ଦେଶକ ରାହୁଲ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ବିହାର ପ୍ରଦେଶର ସଂସ୍କୃତି ମନ୍ତ୍ରୀ ଜିତେନ୍ଦ୍ର କୁମାର ରାୟ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଗତି ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ତଥା ଗୋବିନ୍ଦପୁର ବିଧାୟକ ଏମ.ଡି. କାମ୍ରାନ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବଲିଉଡ୍ ଜଗତର ଚର୍ଚ୍ଚିତ ଅଭିନେତା ଅଖିଳେନ୍ଦ୍ର ମିଶ୍ରା, ଅଭିନେତା ସତ୍ୟକାମ ଆନନ୍ଦ, ବିଶିଷ୍ଟ ସିନେ ସମୀକ୍ଷକ ଡଃ କୁମାର ବିମଳେନ୍ଦୁ ସିଂ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଭାବେ କାଲିଫର୍ଣ୍ଣିଆରୁ ହଲିଉଡ୍ ନିର୍ଦ୍ଦେଶିକା ଟ୍ରାସି ଆନ୍ ଚାପେଲ୍ ଓ ଆମେରିକାରୁ ହଲିଉଡ୍ ଅଭିନେତା  ଜେ. ବ୍ରାଣ୍ଡନ୍ ହିଲ୍ ଯୋଗ ଦେଇଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସ୍ଥିତ ନୃତ୍ୟମ କଳା ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀ ସଞ୍ଚିତା, କାଜଲ, ପ୍ରାଜକ୍ତା, ସୋନମ, ସ୍ବିଟି, ଅଦିତି, ଅପୂର୍ବା ଆଦି ଶାସ୍ତ୍ରୀୟ ନୃତ୍ୟ 'ଓଡ଼ିଶୀ' ଓ ଲୋକନୃତ୍ୟ 'ସମ୍ବଲପୁରୀ' ପରିବେଷଣ କରିଥିଲେ। ନୃତ୍ୟମ ଅନୁଷ୍ଠାନର ମ୍ୟାନେଜର ସଚିନ୍ ସାହୁ ଏଥିପାଈଁ ଟିମ୍ ସହ ନୱାଦା ଯାତ୍ରା କରିଥିଲେ । ଏହି ମହୋତ୍ସବରେ ହିଞ୍ଜିଳିକାଟୁର ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରକୁ ମଧ୍ଯ ସମ୍ୱର୍ଦ୍ଧିତ କରାଯାଇ ଥିଲା । ଏହିଭଳି ବିଶ୍ବ ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବାରୁ ନିର୍ଦ୍ଦେଶକ କ୍ରିଷ୍ଣା ଡି.କେ. ଓ ଲେଖକ ସୀମାଞ୍ଚଳ ମହାରଣା ଏବଂ ନୃତ୍ୟମ ପରିବାରକୁ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!