Tuesday, August 23, 2022
Homeଏଗାର ଦିନରେ ପହଞ୍ଚିଲା ପିଇଓମାନଙ୍କ ଆନ୍ଦୋଳନ (ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍,ଲୋକେ ହଟହଟା)

ଏଗାର ଦିନରେ ପହଞ୍ଚିଲା ପିଇଓମାନଙ୍କ ଆନ୍ଦୋଳନ (ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍,ଲୋକେ ହଟହଟା)

ଏଗାର ଦିନରେ ପହଞ୍ଚିଲା ବର୍ତ୍ତମାନ ପିଇଓମାନଙ୍କ ଆନ୍ଦୋଳନ। ପଞ୍ଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ଆସି ହଟହଟା ହୋଇ ଫେରି ଯାଉଥିବା ଜଣାପଡିଛି।ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଦୁଇ ଦଫା ଦାବିରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି।
ବର୍ତ୍ତମାନ ଏହି ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ଫଳରେ ପଞ୍ଚାୟତରେ ଅନେକ ଉନ୍ନତ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ଏମଜୀଏନଆରଜିଏ କାର୍ଯ୍ୟ ସ୍ଥଗିତ ରହିବା ସହ ଶ୍ରମିକମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇ ପାରୁନାହିଁ। ବାର୍ଦ୍ଧକ୍ୟ ଭତ୍ତା, ବିପିଏଲ୍ ଚାଉଳ ଆବଣ୍ଟନ, ବିଜୁ ପକ୍କାଘର ନିର୍ମାଣ, ହରିଶ୍ଚନ୍ଦ୍ର ଯୋଜନା,୫ମ ଏବଂ ପଞ୍ଚଦଶ ଅର୍ଥ କମିଶନ ପେମେଣ୍ଟ ପ୍ରଦାନ,ବସ୍ତି ବିଦ୍ୟୁତ ଓ ନଳକୂପ ମରାମତି, ପାଇପ୍ ୱାଟର ବିଲ୍ ପ୍ରଦାନ, ରାସ୍ତା ଘାଟ ନିର୍ମାଣ, ଅଙ୍ଗନବାଡ଼ି ଓ ସ୍କୁଲ ଗୃହ ମରାମତି ଆଦି କାମ ହୋଇ ପାରୁ ନାହିଁ। ବର୍ତ୍ତମାନ ଗ୍ରାମାଞ୍ଚଳ ଲୋକମାନେ ନାହିଁ ନଥିବା ହଇରାଣ ହରକତ ର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଆନ୍ଦୋଳନ କେବେ ପ୍ରତ୍ୟାହୃତ ହେବ ଠିକ୍ ଠିକଣା ନାହିଁ।
ସରକାର ପିଇଓମାନଙ୍କର ଦୁଇ ଦଫା ଦାବି ପୂରଣ ନହେଲେ, ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ସେହି ଦାବି ଦୁଇଟି ହେଲା
ନିଯୁକ୍ତି ସମୟରେ ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ଥିବା ବେଳେ ଏହାକୁ +୩ କରିବା,ସ୍ତର-୫ ଅନୁସାରେ ୨୧,୫୦୦ ଦରମା ବଦଳରେ ସ୍ତର-୯ କରି ୩୫,୪୦୦ ଦରମା ପ୍ରଦାନ କରିବା,୧୦ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରି ଆସୁଥିବା ପିଇଓଙ୍କୁ ପଦୋନ୍ନତି ଦେବା ଲାଗି ଆନ୍ଦୋଳନ ଅବ୍ୟାହତ ରହିଛି। ଏହି ଦାବି ପୂରଣ ପାଇଁ ପିଇଓମାନେ ଗତ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ଯାଜ ଧାରଣ ପ୍ରତିବାଦ କରିଥିଲେ। ବର୍ତ୍ତମାନ ଏହି ଦାବି ପୂରଣ ନହେବାରୁ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।ସଙ୍ଘର ସଭାପତି ଅଶୋକ କୁମାର ମହାନ୍ତି, ସମ୍ପାଦକ କିଶୋର ଚନ୍ଦ୍ର ମହାରଣା ସମେତ ଅନ୍ୟାନ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆନ୍ଦୋଳନରେ ଅଂଶ ଗ୍ରହଣ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!