Tuesday, August 23, 2022
Homeଧରାକୋଟ ବଣିକ ସଂଘର ବୈଠକ।

ଧରାକୋଟ ବଣିକ ସଂଘର ବୈଠକ।

ଧରାକୋଟ ,ଧରାକୋଟ ବଣିକ ସଂଘ ତରଫରୁ ଏକ ବୈଠକ  ସ୍ଥାନୀୟ ରାମ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ସୁନୀଲ କୁମାର ଗୌଡ଼ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଂଘର ସଭାପତି ବିଜୟ କୁମାର ପାତ୍ବରିଷ୍ଠ ସଭ୍ୟ ଅରକ୍ଷିତ ପାତ୍ର, ଗୋଲକ ବିହାରୀ ସାହୁ, ସୁବାଷ ଚନ୍ଦ୍ର ପାତ୍ର, ଶିବ ପ୍ରସାଦ ମହାନ୍ତି ଙ୍କ ସମେତ ପ୍ରାୟ ଶହେ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ବ୍ରହ୍ମପୁର ଠାରୁ ସୋରଡ଼ା, ବାଲିଗୁଡା, ନୂଆପଡ଼ା କୁ ଯାଉଥିବା  ଘରୋଇ ଓ ସରକାରୀ ବସ୍ ଗୁଡ଼ିକ ଧରାକୋଟ ଭିତରକୁ ନଆସି ବାଇପାସ୍ ଦେଇ ଚାଲି ଯାଇଥିବା ଯୋଗୁଁ ଯାତ୍ରୀ ପରିବହନ ସେବା ଏକ ରକମ୍ ବିପର୍ଯ୍ୟସ୍ତ ହେଉଛି।ଧରାକୋଟ ବ୍ଲକ, ତହସିଲ, ଥାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ବ୍ୟାଙ୍କ, ମହାବିଦ୍ୟାଳୟ, ମିଶନ ଶକ୍ତି କାର୍ଯ୍ୟାଳୟ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଓ ବିଭିନ୍ନ ଲାଇନ ବିଭାଗର କାର୍ଯ୍ୟାଳୟ ରହିଛି।ଏଥିପାଇଁ ପ୍ରତିଦିନ ଶହ ଶହ ଲୋକ ଏଠାକୁ ଆସନ୍ତି। କିନ୍ତୁ ଅଧିକାଂଶ ବସ୍ ଧରାକୋଟ ଭିତରକୁ ନଆସି ବାଇପାସ୍ ଦେଇ ଚାଲି ଯାଉଥିବା ଯୋଗୁଁ ଲୋକେ ବ୍ରିଜ ଠାରୁ ଦେଢ଼ କିମି ରାସ୍ତା ଚାଲି ଚାଲି ଆସୁଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟସରକାରଙ୍କ ତରଫରୁ ମୋ ବସଷ୍ଟାଣ୍ଡ ଯୋଜନାରେ ଧରାକୋଟ ପାଇଁ ମଞ୍ଜୁରୀ ପାଇଥିବା ବସଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଦ୍ବାରା ଉଦ୍ଘାଟନ କରିଛନ୍ତି।ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ଏହି ବସଷ୍ଟାଣ୍ଡ କୁ ଚୟନ କରାଯାଇଥିବା ସ୍ଥାନରେ ଯଥାଶୀଘ୍ର ନିର୍ମାଣ ପାଇଁ ଆଲୋଚନା ହେବା ସହ ଏଥି ପାଇଁ ସଦସ୍ୟ ମାନେ ତହସିଲ ଦାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ବରିଷ୍ଠ ସଭ୍ୟ କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!