ଦାମନଯୋଡି,୨୮/୦୮:-ଶ୍ରାବଣ ମାସର ଶେଷ ସୋମବାରରେ ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ସକାଳୁ ସ୍ନାନ ସାରି ଶିବ ମନ୍ଦିରରେ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।ବହୁ କାଉଡ଼ିଆ ବିଭିନ୍ନ ଜଳାଶୟ ମାନଙ୍କରୁ ଜଳ ଆଣି ପ୍ରଭୁ ଶିବଙ୍କୁ ଅଭିଷେକ କରିଥିଲେ। ବହୁ ସଂଖ୍ୟକ ମହିଳା କାଉଡ଼ିଆ ମଧ୍ୟ ପ୍ରଭୁ ଶିବଙ୍କୁ ଅଭିଷେକ କରିଥିଲେ ।ମହାଦେବଙ୍କ ଦର୍ଶନ ଓ ପୂଜା ପାଇଁ ବଡ଼ିଭୋରରୁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖା ଯାଇଥିଲା।'ଓଁ ନମଃ ଶିବାୟ','ବୋଲ୍ ବମ୍, ହର୍ ହର୍ ବମ୍' ଆଦି ମନ୍ତ୍ରରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା।ମାଥାଲପୁଟସ୍ଥିତ ଶ୍ରୀ ବଟୁକେଶ୍ଵର ମହାଦେବଙ୍କ ମନ୍ଦିର,ତ୍ରିନାଥ ମନ୍ଦିର,ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀତ୍ରୟମ୍ବକେଶ୍ଵର ଓ ସେକ୍ଟର ୩ ଶ୍ରୀବିଶ୍ଵନାଥ ମହାଦେବ,ଭେଜାପୁଟ ଶ୍ରୀସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର,ମରିଚମାଳର ଶ୍ରୀସିଦ୍ଧେଶ୍ୱରଙ୍କ ପୀଠ,ଚମ୍ପାପଦର କଲୋନୀ,ଅଁଳାବାଡ଼ି କଲୋନୀ,ଗୌଡ଼ଗୁଡ଼ା,କଳାହାଣ୍ଡି କଲୋନୀ,ସୁରକ୍ଷା ବିହାର ଆଦି ସ୍ଥାନରେ ଥିବା ଶିବ ମନ୍ଦିର ଓ ପୀଠ ମାନଙ୍କରେ ଶିବରାତ୍ରି ପାଇଁ ସ୍ଵତନ୍ତ୍ର ଆୟୋଜନ ହୋଇଥିବା ଦେଖା ଯାଇଥିଲା।ଭେଜାପୁଟ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ କାଉଡ଼ିଆଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା।ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।