Tuesday, August 23, 2022
Homeଜିଲ୍ଲା ସ୍ତରୀୟ ଆଇନ ଶିକ୍ଷା ଉତ୍ସବ ପାଳିତ

ଜିଲ୍ଲା ସ୍ତରୀୟ ଆଇନ ଶିକ୍ଷା ଉତ୍ସବ ପାଳିତ

ମାଲକାନଗିରି।ତା:28/08/23
ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଇନ ଶିକ୍ଷା ଉତ୍ସବ ପାଳନ ହୋଇଯାଇଛି।ଉକ୍ତ ଉତ୍ସବରେ ଜିଲ୍ଲା ବିଚାରପତି ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷା ଅଯନ୍ତା ଷଡ଼ଙ୍ଗୀ ସଭାପତିତ୍ଵ କରିଥିଲେ । ଏହା  ବ୍ୟତୀତ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ,ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ସତ୍ୟପ୍ରିୟ ଦାସ, ବରିଷ୍ଠ ବିଚାରପତି ବିଜୟ କୁମାର ଦାସ,ବରିଷ୍ଠ ବିଚାରପତି ବବିତା ଦାସ, ଉପଖଣ୍ଡୀୟ  ଦଣ୍ଡାଧିକାରୀ ରୁଦ୍ର ପ୍ରକାଶ ନାୟକ, ଗ୍ରାମ ନ୍ୟାୟାଅଧିକାରୀ ଦେବେନ୍ଦ୍ର ନାଥ ବାଘ, ଜିଲ୍ଲା ଓକିଲ ସଂଘ ସଭାପତି ଲମ୍ବୋଧର ତୁରୁକ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ନୃସିଂହ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
 ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଥିବା ଆଇନ ଶିକ୍ଷା କ୍ଲବଗୁଡ଼ିକର ଶିକ୍ଷାର୍ଥୀମାନଙ୍କୁ ନେଇ ସ୍କିଟ,ଚିତ୍ରାଙ୍କନ, ତର୍କ ଓ ରଚନା ମାଧ୍ୟମରେ ଆଇନ ସଚେତନତା କରାଇବା। ଏଥିରେ ଜିଲ୍ଲାର ୨୮ଟି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନାଟକ ମାଧ୍ୟମରେ ସମାଜରେ ଚାଲିଥିବା କୁସଂସ୍କାର,ବାଲ୍ୟ ବିବାହ, ଘରୋଇ ହିଂସା, ବରିଷ୍ଠ ନାଗରିକ ଆଇନ, ଯୌତୁକ ପ୍ରଥାକୁ ପରିବେଷଣ କରିଥିଲେ।ଜିଲ୍ଲା ନ୍ୟାୟାଧୀଶ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରି ସୁନାଗରିକ ହୋଇ ଜିଲ୍ଲା ଏବଂ ପିତାମାତାଙ୍କ ଟେକ ରଖିବାକୁ ପରାମର୍ଶ ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା  କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚିଫ ଡିଫେନ୍ସ କାଉନସେଲିଂ   ଓକିଲ ଅଶୋକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!