କୋଟପାଡ଼ ନି ପ୍ର
ଆଜି କୋଟପାଡ଼ ଗୋପବନ୍ଧୁ ପାଠାଗାର ଠାରେ ଗୁଳିକାଣ୍ଡ ଦିବସ ପାଳିତ ହୋଇ ଯାଇଛି।ଗୋପବନ୍ଧୁ ପାଠାଗାର ର ସଭାପତି ଗଣେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଟପାଡ଼ ତଥା କୋରାପୁଟ ଜିଲ୍ଲାର ସମସ୍ତ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ମାଲକାନଗିରି ର ମାଥିଲି,ଏବଂ ନବରଙ୍ଗପୁର ର ପାପଡ଼ାହାଣ୍ଡି ର ଗୁଳିକାଣ୍ଡ ଦିବସ କୁ ମନେ ପକାଇ ଏକ ସ୍ମୃତି ଚାରଣ ସଭା କରାଯାଇଥିଲା।ଏହା ସହ ନିକଟ ଅତୀତରେ କୋଟପାଡ଼ ଅଞ୍ଚଳରେ କୃଷକ,ଓ କୃଷିର ଉନ୍ନତି ସକାଶେ କୋଟପାଡ଼ ଅଞ୍ଚଳରେ ଏମ ସି ଏଲ ଗ୍ରୁପ ର ଚେୟାରମେନ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କୁ ମୁମ୍ବାଇରେ ଏକ ଭୂମିପୁତ୍ର ସମ୍ମାନ ଦିଆଯାଇ ଥିବାରୁ ତାଙ୍କୁ ମଧ୍ୟ ପାଠାଗାର ତରଫରୁ ସମ୍ମାନିତ କରାଯାଇଥିଲା।ଏବଂ କୋଟପାଡ଼ ର ସ୍ୱାଧୀନତା ସଂଗ୍ରାମୀ ବିଶ୍ବନାଥ ମହାପାତ୍ର ଙ୍କ ଦାୟଦ ଶ୍ରୀ ଜିତେନ୍ଦ୍ର ନାଥ ମହାପାତ୍ର ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।କୋଟପାଡ଼ ର ଅନ୍ୟ ଏକ ପ୍ରତିଭା ସାଗର ବିଶୋଇ ଓ ତାଙ୍କ ଦଳ ନିକଟ ଅତୀତରେ ରାଷ୍ଟ୍ରପତି ଭବନ ଠାରେ ଢେମ୍ ସା ନୃତ୍ୟ ପ୍ରଦର୍ଶନ କରି କୋଟପାଡ଼ ମାଟିକୁ ଗୌରବାନ୍ଵିତ କରିଥିବାରୁ ତାଙ୍କୁ ମଧ୍ୟ ମା ନ ପାତ୍ର ଦେଇ ସମ୍ମାନିତ କରାଯାଇଥିଲା।ସେହିପରି କୋଟପାଡ଼ ଅଞ୍ଚଳର ଅକ୍ଷୟ କୁମାର ଜାଇଫୁଲ,ଏବଂ ରେନୁକରଣି ଜାଇଫୁଲ ଙ୍କୁ କେନ୍ଦ୍ର ସରକାରଙ୍କ ଆମୃତସରବର୍ ଯୋଜନା ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାଠାଗାରରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସଭାପତି ସମାଜସେବୀ ଡକ୍ଟର ଗଣେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ।କମିଟି ର ସମ୍ପାଦକ,ତଥା ଦେଶିଆ ପତ୍ରିକା ର ସମ୍ପାଦକ ଶ୍ରୀ ରଞ୍ଜନ ମହୁରିଆ ଆବାହକ ଭାବେ କାର୍ଯ୍ୟ କରିଥିଲେ ଓ ଶ୍ରୀ ଜୟନ୍ତ ପଟ୍ଟନାୟକ କାର୍ଯ୍ୟକୁ ସୂଚାରୁ ରୁପେ ପରିଚାଳନା କରିଥିଲେ।