Tuesday, August 23, 2022
Homeମାସିକ ଖବରକାଗଜ ଆୱାରନେସ୍ ନ୍ୟୁଜ ଇଣ୍ଡିଆର ଅଗଷ୍ଟ ସଂଖ୍ୟା ଲୋକାର୍ପିତ

ମାସିକ ଖବରକାଗଜ ଆୱାରନେସ୍ ନ୍ୟୁଜ ଇଣ୍ଡିଆର ଅଗଷ୍ଟ ସଂଖ୍ୟା ଲୋକାର୍ପିତ

ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକର କଇଁଫୁଲିଆରୁ ପ୍ରକାଶିତ ହେଉଥିବା ମାସିକ ଖବରକାଗଜ ଆୱାରନେସ୍ ନ୍ୟୁଜ ଇଣ୍ଡିଆ ର ଅଗଷ୍ଟ ସଂଖ୍ୟା ଲୋକାର୍ପିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବଡ଼ସାହି ନିର୍ବାଚନ ମଣ୍ଡଳୀର ଶିକ୍ଷକ ଦୀପକ କୁମାର ପାତ୍ର, ମୁଖ୍ଯବକ୍ତା ଭାବରେ ଡକ୍ଟର ରମାକାନ୍ତ ମହାନ୍ତ, ସମ୍ମାନିତ ଅତିଥି ଭାବରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ଗତିକୃଷ୍ଣ ମହାନ୍ତ, ଖବରକାଗଜର ପ୍ରକାଶିକା ସସ୍ମିତା ଧଳ ମହାନ୍ତ, ସମ୍ପାଦକ କବି ମନୋଜ କୁମାର ମହାନ୍ତ, ଇଶ୍ବର ମହାନ୍ତ, କ୍ଷେତ୍ର ମୋହନ ମହାନ୍ତ ପ୍ରମୁଖ ଯୋଗଦାନ କରି ଥିଲେ । ପ୍ରକାଶିକା ଏବଂ ସମ୍ପାଦକ ଙ୍କ ସୁପୁତ୍ର ମିଲନ ସାଇ ଶଙ୍କର ମହାନ୍ତ ଙ୍କର ଜନ୍ମ ଦିବସ ଥିବାରୁ ଏହି ଅନେକ ଜ୍ଞାନୀ, ଗୁଣି, ବୁଦ୍ଧିଜୀବୀ ଯୋଗଦାନ କରି ତାଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!