ଦାମନଯୋଡି,୨୮/୦୮:- ନାଲକୋ ଟାଉନସିପ ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗା ପୂଜା ଓ କାଳୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧ ଦୂର୍ଗା ମଣ୍ଡପରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ବୈଠକରେ ସାଜସଜ୍ଜା,ମୂର୍ତ୍ତୀ ନିର୍ମାଣ ଓ ପୂଜା ଆଦି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ସଭାପତି ଅନାମ ଚରଣ ନାୟକ,ସମ୍ପାଦକ ଆନନ୍ଦ ମୋହନ ପ୍ରସାଦ,କୋଷାଧ୍ୟକ୍ଷ ଶୁକଦେବ ପଟ୍ଟାୟତଙ୍କ ସହିତ ରଞ୍ଜନ କୁମାର ବେହେରା,ଡ.ଅଶୋକ କୁମାର ମହାନ୍ତି,ସୁଜିତ କୁମାର ଜେନା, ବିଶ୍ୱଜିତ ଦାଶ,ଦୀନେଶ ଶୁକ୍ଳା,ସୁଜିତ ଜେନା,ଶୁଭ୍ରକାନ୍ତ ସାହୁ,ଜିତେନ୍ଦ୍ର ସାହୁ,ରାଜୀବ ନାୟକ,ବୃନ୍ଦାବନ ଖଣ୍ଡୁଆଳ,ସନ୍ତୋଷ କୁମାର ପଣ୍ଡା, ଶାନ୍ତନୁ କୁମାର ସାମଲ,ଅନୁଜ କୁମାର ଶୁକ୍ଳା ଓ ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।