Tuesday, August 23, 2022
Homeଗଞ୍ଜାମ ଜିଲ୍ଲା ର ସମସ୍ତ CSP ଭାଇ ଓ ଭଉଣୀ ମାନେ 5Tସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି

ଗଞ୍ଜାମ ଜିଲ୍ଲା ର ସମସ୍ତ CSP ଭାଇ ଓ ଭଉଣୀ ମାନେ 5Tସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି


ଆଜି ଗଞ୍ଜାମ ଜିଲ୍ଲା ର ସବୁ CSP ଭାଇ ଓ ଭଉଣୀ ମାନେ 5Tସଚିବ ସାର୍ ପୁଣି ଦାବି ପତ୍ର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା ର ଗ୍ରାମର ପଞ୍ଚାୟତ ସ୍ତରୀୟ ସମସ୍ତ CSP ଦ୍ୱାରା ଏକ ସ୍ୱରକ ପାତ୍ର ମାଧ୍ୟମରେ CSP ମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ନୂତନ ଭାବରେ ଘୋଷଣା କରାଯାଇଥିବା CSP+ ମାଧ୍ୟମରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି | ସେପଟେ ରାଜ୍ୟ ସରକାର ପୁନର୍ବାର ବ୍ଲକ ର ପଞ୍ଚାୟତ ସ୍ତରୀୟ ଗୁଡି଼କରେ ପୁନର୍ବାର CSP+ ଖୋଲିବାକୁ ସ୍ଥିର କରିଛନ୍ତି ତାକୁ ବିରଦ୍ଧ କରି ଆଜି ଆମେ 5T ସଚିବ ସାର୍ ଓ ଜିଲ୍ଲା ପାଲ ସାର୍ ଙ୍କୁ ଦାବିପତ୍ର ପ୍ରଧାନ କରୁଚୁ | ଗଞ୍ଜାମ ଜିଲ୍ଲାର ପ୍ରତେକ ବ୍ଲକ ଅଧିନରେ ଥିବା ସମସ୍ତ ପଞ୍ଚାୟତ CSP ମାନେ 12 ବର୍ଷରୁ ଉର୍ଦ୍ଧ ଧରି ଜନହିତରେ କାଯ୍ୟକରି ଆସୁଛନ୍ତି | ଯଥା ଯୋନଧନ ଯୋଜନାରେ ଘର ଘର ବୁଲି ଖାତା ଖୋଲିବା, ମମତା ଯୋଜନାରେ ଆସିଥିବା ଅର୍ଥ ପ୍ରଦାନ କରିବା, ମୋନରେଜ ଯୋଜନାରେ ଆସିଥିବା ଅର୍ଥ ସହିତ କାଳିଆ ଯୋଜନା ଏବଂ ପି.ଏମ କିସାନ ଯୋଜନାରେ ଆସିଥିବା ଅର୍ଥକୁ କୋଭିଡ ସମୟରେ ବୃଦ୍ଧା ଏବଂ ବିକଳାଙ୍ଗ ଲୋକଙ୍କୁ ସହାୟତା ରାଶି ପ୍ରଧାନ କରିବା ଏମତି ଅନେକ ଦାବି ସହ ସେମାନଙ୍କ ବିଭିନ୍ନ ସମସ୍ୟା ଯଥା ନିଜ ଖର୍ଚରେ CSP ସେଣ୍ଟର, ଘର ଭଡା, ବିଜୁଳି ବିଲି, ଇଣ୍ଟେର୍ନେଟ ଓ ଅଫିସ ଷ୍ଟେସନାରୀ କାମ ସୁଚାର ରୂପେ କରିଆସୁଥିବା ଇତ୍ୟାଦି ଦାବି ରଖିଛନ୍ତି | ବର୍ତମାନ ଯେଉଁମାନେ CSP ରେ କାଯ୍ୟରତ ଅଛନ୍ତ ସେହି CSP ମାନଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ଦାବିପତ୍ର ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆମ୍ବପୁଆ ଠାରେ ର ସବୁ ବ୍ଲକ ସମସ୍ତ ଗ୍ରାମ ପଞ୍ଚାୟତର ୫୬୫ ଜଣ CSP କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏହା କୁ ଯଦି 5T ସଚିବ ସାର୍ ଗଞ୍ଜାମ ଜିଲ୍ଲା CSP ଭାଇ ଓ ଭଉଣୀ ମାନଙ୍କ ଦୁଃଖ ନ ଶୁଣିବେ ସେ ଆଗାମେ ଦିନ ର ସାର୍ ଓଡ଼ିଆ ର ସବୁ CSP ଭାଇ ଓ ଭଉଣୀ ମାନେ ଆନ୍ଦଲୋନ କୁ ଉଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି l

ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!