କାଲିମେଳା, 26.8 ମାଲକାନଗିରି ଉପାନ୍ତ କାଲିମେଳା ଅଂଚଳରୁ ଇସ୍ରୋ ବୈଜ୍ଞାନିକ ହୋଇଛନ୍ତି ଜଣେ ଯୁବକ । ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର।ସେ କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣା ପଡିଛି l ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମାଲକାନଗିରି ଜିଲ୍ଲାରେ ତାଙ୍କ ସ୍ବର୍ଗୀୟ ବାପା ଜୟଦେବ ହାଲଦାର ଶିକ୍ଷକତା କରୁଥିଲେ ।କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟରେ ପାଠ ପଢି ଆଆଇଏସଟି ଅନୁଷ୍ଠାନରେ ବିଟେକ୍ ଏଇରୋସ୍ପେସ ଇଂଜିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ। ୨୦୧୨ରେ ଏଇରୋସ୍ପେସ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ପ୍ରଥମେ ୨୦୧୨ ଠାରୁ ୨୦୧୮ ଯାଏଁ ଶ୍ରୀହରିକୋଟା ଉତକ୍ଷେନ କେନ୍ଦ୍ର କ୍ରାୟୋଜେନିକ୍ ପ୍ରୋପେଲର ବିଭାଗରେ କାମ କରୁଥିଲେ। ପରେ ୨୦୧୮ ମସିହା ଠାରୁ କେରଳ ତିରୁଅନନ୍ତପୁରମ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ ଯୋଗ ଦେଇ ଚନ୍ଦ୍ରଯାନ ୩ ପ୍ରକଳ୍ପର ରକେଟ ପେଲୋଡ୍ ଫେରିଙ୍ଗ ଡିଭିଜନର ଦାୟୀତ୍ବରେ ଥିଲେ ଜୟନ୍ତ ଓ ତାଙ୍କ ଟିମ। ଆଉ ସେହି ବିଭାଗରେ ଦିନ ରାତି କାମ କରି ସଫଳତା ହାସଲ କରିଥିଲେ।I ଏ ନେଇ ତାଙ୍କ ପରିବାର ଜୟନ୍ତ ଙ୍କ ସଫଳତାର ବେଶ ଖୁସି ରହିବା ସଙ୍ଗେ ସଙ୍ଗେ ଅଞ୍ଚଳରେ ମଧ୍ଯ ଖୁସିର ଲହରୀ ଖେଳିଯାଇଛି l