Tuesday, August 23, 2022
Homeତିନି ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ

ତିନି ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ

କାଲିମେଳା,(26. 8)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କଇମେଟଲା ପଞ୍ଚାୟତ  କାର୍ଯ୍ୟାଳୟ କୁ ଆଜି କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ବିଭିନ୍ନ ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ  କରି ରାଜ୍ଯପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି l କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଙ୍କ ନେତୃତରେ ଶତାଧିକ ବିଜେପି ନେତା, କର୍ମୀ ଓ ଅନ୍ୟନ୍ୟ ଜନସାଧାରଣ ଏକାଠି ହୋଇ ପଞ୍ଚାୟତରେ ଅନିୟମିତା ଚାଲିଥିବା ନେଇ ଅଭିଯୋଗ କରିବା ସହ ଏଠାରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ନିୟମିତ ଭାବେ ଆସୁ ନ ଥିବା ଅଭିଯୋଗ ହୋଇଛି l ଦିନ 11 ଟା ପାର ହେଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲି ରହୁଥିବା ଦେଖିବାକୁ ମିଳୁଛି l ବନ୍ଦ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ର ମୁଖ୍ୟ ଗେଟ l ପଞ୍ଚାୟତରେ  ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ  ଅନନ୍ୟା ସରକାରୀ ବାବୁ ନିୟମିତ ଆସୁ ନ ଥିବାରୁ ପଞ୍ଚାୟତ କୁ ଆସୁଥିବା ଲୋକମାନେ ନିଜ କାମ ନ ପାଇ ଫେରି ଯାଉଥିବା ବିଜେପି କର୍ମୀ ମାନେ ଅଭିଯୋଗ ଆଣିଛନ୍ତି l ଏ ନେଇ କର୍ମୀ ମାନେ କଇମେଟଲା ଛକ ସ୍କୁଲ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ଯପାଳ ଙ୍କ ଉଦ୍ଦେଶ୍ୟ ରେ ସରପଞ୍ଚ ମୁନା ପଡିଆ ମି ଙ୍କୁ ଦାବିପତ୍ର ଦାବିପତ୍ର ପ୍ରଦାନ କରିଥିଲେ ।I ଏହି ଦାବି ମଧ୍ୟରେ କେନ୍ଦ୍ର ସରକାର ଯୋଗାଉଥିବା ଚାଉଳ କୁ ମାଗଣା କରିବା, ଏକ ରାଷ୍ଟ୍ର ଏକ ରେସନ୍ କାର୍ଡ ଯୋଜନା କାର୍ଯ୍ୟକାରୀ କରାଇବା, ବଞ୍ଚିତ ହିତାଧିକାରୀ ଙ୍କୁ ସାମିଲ କରାଇବା, କିରୋସିନ୍ ସାମଗ୍ରୀ କୁ ଠିକ୍ ଭାବ ରେ ବଣ୍ଟନ ବ୍ୟବସ୍ଥା କରାଇବା ଆଦି ଉପରେ ଦାବି କରାଯାଇଛି l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଗଙ୍ଗାଧର ସୋଡ଼ୀ, ପଞ୍ଚାୟତ ସଭାପତି ରମେଶ ମଣ୍ଡଳ, ପୁର୍ବତନ ସରପଞ୍ଚ ବଜା ମାଡକାମି, ମଣ୍ଡଳ ସମ୍ପାଦକ ଶ୍ୟାମଳ ଭୌମିକ, ଅମଲ ମଣ୍ଡଳ ବୁଥ ସଭାପତି ଦୀପଙ୍କର ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ l ବିଜେପିର ପ୍ରତିବାଦ କୁ ଦୃଷ୍ଟିରେ ରଖି କାଲିମେଳା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!