ପାରଳାଖେମୁଣ୍ଡି:୨୬/୮ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ବେତାଗୁଡ଼ା ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ "ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସୁରକ୍ଷା” ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓସଡମା ଭୁବନେଶ୍ୱର ମିଳିତ ଆନୁକୁଲ୍ୟ’ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ
ମୁଖ୍ୟଅଥିତି ରୂପେ ଏହି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଯୋଗ ଦେଇ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିଦ୍ୟାଳୟ ସୁରକ୍ଷା ବିଷୟ’ରେ ସମ୍ୟକ ଭାଷଣ ପ୍ରଦାନ କରି ଏ ଦିଗରେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ’ଙ୍କ ତତ୍ତ୍ଵାବଧାନ’ରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଓ ପରାମର୍ଶ ଦାତା ଶ୍ରୀ ପ୍ରଦୋଷ କୁମାର ଶତପଥୀ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ବିଦ୍ୟାଳୟର ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ ଆଲୋଚନା କରିଥିଲେ ।
ବିଶେଷ କରି ବିଦ୍ୟାଳୟ ଗୁଡ଼ିକର ସାମୁହିକ ସୁରକ୍ଷା ତଥା ମାନସିକ , ଶାରୀରିକ , ମୂଲ୍ୟବୋଧତା , ସାମାଜିକ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଏବଂ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନ ମାନଙ୍କରେ ପରିଚାଳନା କରାଯିବା ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।ଏହି କ୍ରମରେ ଗଜପତି ଜିଲ୍ଲାର ୪ଗୋଟି ଉଚ୍ଚ ବିଦ୍ୟାଳୟ ଏ ଦିଗରେ ମନୋନୀତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ସେହି ବିଦ୍ୟାଳୟ ଗୁଡ଼ିକ ହେଲା ପାରଳାଖେମୁଣ୍ଡି ସହର’ରେ ଥିବା ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ , ଗୁମ୍ମା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଅନ୍ତରବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ।
ଏହି ଶିବିର କାର୍ଯ୍ୟକ୍ରମ’ରେ ଜିଲ୍ଲା’ର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ଅତିରିକ୍ତ ଶିକ୍ଷାଧିକାରୀ ଓ ଜିଲ୍ଲା କଲ୍ୟାଣ ବିଭାଗ ଅଧିକାରୀ’ଙ୍କ କାର୍ଯ୍ୟଳୟ ତରଫରୁ ପାଞ୍ଚ ଜଣ ଶିକ୍ଷକ ମଧ୍ୟ ଯୋଗଦାନ କରିଥିଲେ।ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଶ୍ରୀ ମନୋଜ କୁମାର ବେହେରା’ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ। ।ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା ଏବଂ ସହଯୋଗ କରିଥିଲେ