Tuesday, August 23, 2022
Home୫ଟି ସଚିବ ଭି.କେ.ପଣ୍ଡିଆନ ଙ୍କ ଅଚାନକ ଗଜପତି ଜିଲ୍ଲା ଗସ୍ତ ମୁଖ୍ୟ ଚିକିତ୍ସାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର

୫ଟି ସଚିବ ଭି.କେ.ପଣ୍ଡିଆନ ଙ୍କ ଅଚାନକ ଗଜପତି ଜିଲ୍ଲା ଗସ୍ତ ମୁଖ୍ୟ ଚିକିତ୍ସାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର

ପାରଳାଖେମୁଣ୍ଡି:୨୬/୮ ୫ଟି ସଚିବ ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନିଲକ୍ରିଷ୍ଣା ଙ୍କ  ହଟାତ ଗଜପତି ଜିଲ୍ଲା  ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନଓ ପୋଲିସର ତପ୍ତରତା ଦେଖିବାକୁମିଳିଥିଲା। ପ୍ରଥମେ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ହେଲିପେଡ ଗ୍ରାଉଣ୍ଡରେ ୫.୩୦ ମିନିଟ ସମୟରେ ପହଞ୍ଚି ସେଠାରୁ କଡ଼ା ସୁରକ୍ଷା ବଳୟରେ ପାରଳାଖେମୁଣ୍ଡି ଅଭିମୁଖେ ବାହାରି ଥିଲେ। ଗଜପତି ଜିଲ୍ଲାର ସରକାରଙ୍କ ୫ଟି ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏହା ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିଦର୍ଶନ କରିଥିଲେ । ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ପି.କେ ପାତ୍ରଙ୍କ ସହ ରୋଗୀଙ୍କ ଚିକିତ୍ସା ଓ ଚିକିତ୍ସାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ । ସେହିପରି ଆଦର୍ଶ ପୋଲିସ ଥାନାରେ ମୋ ସରକାର ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ । ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ଆଲୋଚନାରେ ଗଜପତି ଜିଲ୍ଲାପାଳ ସ୍ମୃତୀରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଏସ. ସ୍ଵାତୀ କୁମାର ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ଆଲୋଚନା କାର୍ଯ୍ୟକ୍ରମ ସରିବା ପରେ ସେ ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ ଠାରେ ରାତି ଯାପନ କରି ଆସନ୍ତା କାଲି ଗଞ୍ଜାମ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ସଚିବଙ୍କ ଏହି ଗସ୍ତକୁ ଆଖି ଆଗରେ ରଖି ଗଜପତି ପୁଲିସ ପ୍ରଶାସନ ତରଫରୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନକରାଯାଇଥିବା ଦେଖିବାକୁ ମିଳିଛି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!