Tuesday, August 23, 2022
Homeଚନ୍ଦ୍ର ଅଭିଯାନ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ବିଦ୍ୟାର୍ଥୀ

ଚନ୍ଦ୍ର ଅଭିଯାନ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ବିଦ୍ୟାର୍ଥୀ

ଧରାକୋଟ,26/8/23
ଚନ୍ଦ୍ର ଯାନ 3 ର ଅଭିଯାନ ସଫଳତା ପରେ ଧରାକୋଟ ବ୍ଲକର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ ଦାମୋଦର ପଲ୍ଲୀ ବିଦ୍ୟାଳୟ ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଉଛବ ମନାଇବା ସହ ଇସ୍ରୋ ରେ ଅବସ୍ଥିତ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ବେହେରା, ଶିକ୍ଷକ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଢ଼ିହାରି, ଶିକ୍ଷୟତ୍ରୀ ନମିତା ଦାସ ଓ ଦୀପ୍ତି ନାୟକ ପ୍ରମୁଖ ଚନ୍ଦ୍ର ଅଭିଯାନ ସମ୍ପର୍କରେ ପିଲାଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ଏହା ପରେ ଇସ୍ରୋ ରେ କାର୍ଯ୍ୟରତ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକର s, ସଚିନା ଗ୍ରାମର ଜୁନିଅର ସାଇଣ୍ଟଷ୍ଟ କ୍ରୀଷ୍ଣା ଡାକୁଆ ଓ ଭୁବନେଶ୍ବର ର ଜୁନିଅର ସାଇଣ୍ଟଷ୍ଟ ଶ୍ରଦ୍ଧାଞ୍ଜଳୀ ମହାପାତ୍ର ଙ୍କ ସହ ଶିକ୍ଷକ  ଓ ଛାତ୍ର ଛାତ୍ରୀ ମାନେ କଥା ଭାଷା ହୋଇ ଭାବ ବିନିମୟ କରିଥିଲେ । ବୈଜ୍ଞାନିକ ହେବାର କୌଶଳ,ସ୍ବପ୍ନ ସାକାର ହେବାର ପଦ୍ଧତି ବିଷୟରେ କହି ଉଭୟ ବୈଜ୍ଞାନିକ ପିଲାମାନଙ୍କୁ ଉଛାହିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟ କୁ ଆସି ମାର୍ଗ ଦର୍ଶନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ର ଛାତ୍ରୀ ମାନେ କେଣ୍ଡେଲ ଜଳି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶେଷରେ ବିଦ୍ୟାର୍ଥୀ ମାନଙ୍କୁ ଚକଲେଟ ଓ ମିଠା ବଣ୍ଟନ କରାଯାଇଥିଲା। ଶେଷରେ ଆଗାମୀ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ର ଶୁଭାରମ୍ଭ ପାଇଁ ବୈଜ୍ଞାନିକ ମାନଙ୍କୁ ଉଛାହିତ କରାଯାଇଥିଲା ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!