Tuesday, August 23, 2022
Homeଉଦୟଗିରି ଓ ଗୁମ୍ମା ଦୁଇଟି ବ୍ଲକ ଠାରେ ଆମ ବସଷ୍ଟାଣ୍ଡ ଉଦଘାଟିତ,ମୋହନା ବ୍ଲକ ପାଇଁ ଶିଳାନ୍ୟାସ।

ଉଦୟଗିରି ଓ ଗୁମ୍ମା ଦୁଇଟି ବ୍ଲକ ଠାରେ ଆମ ବସଷ୍ଟାଣ୍ଡ ଉଦଘାଟିତ,ମୋହନା ବ୍ଲକ ପାଇଁ ଶିଳାନ୍ୟାସ।

ପାରଳାଖେମୁଣ୍ଡି:୨୫/୮ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନି କକ୍ଷ ୨ ଠାରେ ଏକ ସାମ୍ବାଦିକ ସମ୍ୱିଳନି ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ଓ ରା.ଉଦୟଗିରି ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବସଷ୍ଟାଣ୍ଡର ଶୁଭ ଉଦଘାଟନ କରିଥିବା ବେଳେ ମୋହନା ବ୍ଲକ ପାଇଁ ଶିଳାନ୍ୟାସ କରିଛନ୍ତି ଗୁମ୍ମା ବ୍ଲକରେ ୦.୬୮ ଏକର ଜାଗାରେ ନିର୍ମିତ ହୋଇଥିବା ଏହି ବସଷ୍ଟାଣ୍ଡ ରେ ୩ କୋଟି ୨ ଲକ୍ଷ ୦୮ ହଜାର୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ 
ଆର.ଉଦୟଗିରିରେ ୦.୭୦ ଏକର ଜାଗାରେ ନିର୍ମିତ ହୋଇଥିବା ଆମ ବସଷ୍ଟାଣ୍ଡ ପାଇଁ ୩କୋଟି ୪୩ଲକ୍ଷ ୫୧ହଜାର ୪୦୦ ଟଙ୍କା ବ୍ୟୟବରାଦ ହୋଇଛି । ଏହି ୨ଟି ବସଷ୍ଟାଣ୍ଡ ଲୋକଙ୍କ ସୁବିଧା ପାଇଁ ମାର୍କେଟ ବିଲଡିଂ, ଗାଧୁଆ ଘର ଭଳି ଅନେକ ସୁବିଧା ରହିଥିବା ବେଳେ ଗାଡି ଚାଳକ ମାନଙ୍କ ପାଇଁ ବିଶ୍ରାମ କରିବା ପାଇଁ ଗୃହର ବ୍ୟବସ୍ଥା ରହିଛି । ଗୁମ୍ମା ଓ ରା.ଉଦୟଗିରି ଠାରେ ଉଦଘାଟନ ହୋଇଥିବା ଏହି ୨ ଟି ବସଷ୍ଟାଣ୍ଡ ଯୋଗୁଁ ଉଭୟ ବ୍ଲକର ଲୋକେ ଉପକୃତ ହେବା ସହ ଲୋକଙ୍କ ଯାତାୟତରେ ସୁବିଧା ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି। ସେହିଭଳି ମୋହନା ବ୍ଲକରେ ୧.୫୦ ଏକର ଜାଗାରେ ନିର୍ମିତ ହେବାକୁ ଥିବା ଆମ ବସଷ୍ଟାଣ୍ଡର ନିର୍ମାଣ ହେବାକୁ ଥିବା ବାସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ୱିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!