ବ୍ରହ୍ମପୁର 25.8.23, ସ୍ଥାନୀୟ କମାପଲ୍ଲୀ ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଠାରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବିଭିନ୍ନ ଦାବି ପତ୍ର କୁ ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆନ୍ଦୋଳନ ଜାରି ରହିଛି।ବର୍ତ୍ତମାନ ବିଦ୍ୟୁତ କ୍ଷେତ୍ରରେ ଟାଟା ପାୱାର ଯେଉଁ ପ୍ରକାରର ମନମାନି କରିବା ସହିତ ବିଭିନ୍ନ ଆଳ ଦେଖାଇ 4 ରୁ 5 ଘଣ୍ଟା ବାରମ୍ୱାର ପାୱାର କଟ୍ କରୁଛନ୍ତି। ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତ୍ରୁଟି ପୂର୍ଣ୍ଣ ବିଲ୍ ସମସ୍ୟା ଏବଂ ତାହାର ସମାଧାନ କରିବାକୁ ଗଲେ ଏ ଅଫିସ କୁ ସେ ଅଫିସ ଦୌଡାଉଛନ୍ତି।ପୂର୍ବରୁ ବାତ୍ୟା ସମୟରେ ଗ୍ରାହକ ମାନଙ୍କ ସହିତ ଯେଉଁ ସେବା ଦେଇ ଆସୁଥିଲେ ସେହି ପିଲା ମାନଙ୍କୁ ଆଜି ଚାକିରି ନାହିଁ।ସେମାନେ ଗୁତି ଶ୍ରମିକ ଭାବେ 8000 ରୁ 9000 ଟଙ୍କାରେ ବହୁ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି।2018 ମସିହା ଚୁକ୍ତି ଅନୁସାରେ ସରକାରୀ ନିୟମ ଏବଂ ସିନିୟରିଟି ଅନୁସାରେ ଚାକିରି ଦେବାକୁ ହୋଇଥିଲା।ତାହାରି ପ୍ରତିବାଦ ରେ 11 ମାସ ପର୍ଯ୍ୟନ୍ତ 2021-2022 ମସିହାରେ ଆନ୍ଦୋଳନ କରିଥିଲୁ।19.4.22 ତାରିଖରେ ଜିଲ୍ଲାପାଳ ହସ୍ତକ୍ଷେପ କରି ସିନିୟରିଟି ଅନୁସାରେ ଦେବା ପାଇଁ ତ୍ରିପାଖିକ ଆଲୋଚନା କରି ପତ୍ର ଦ୍ଵାରା ଜଣାଇଥିଲେ। ତାହା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନାହିଁ।ଏଣୁ 31.7.23 ତାରିଖରେ ସକାଳ 11ଘଣ୍ଟ ଠାରୁ 2.30 ମିନିଟ୍ ପର୍ଯ୍ୟନ୍ତ ଗେଟ୍ ମିଟିଂ ଓ ବିକ୍ଷୋଭ କରାଯାଇଥିଲା। ସେଥିରେ ବି କିଛି କାର୍ଯ୍ୟକାରୀ ହେଲାନାହିଁ।ଆଜକୁ ପୁଣି 17 ଦିନ ହେଲା ବିଦ୍ୟୁତ୍ କର୍ମଚାରୀ ମାନେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି। ଓଡ଼ିଶା ବିଜୁଳି କର୍ମଚାରୀ ମାନେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।ଏଥିରେ କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ସଭାପତି ବିନଦ କୁମାର ସାହୁ,ସମ୍ପାଦକ ସୁଶାନ୍ତ କୁମାର ଗୌଡ଼, ସହକାରୀ ସଂପାଦକ ଏଲ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଆନ୍ଦୋଳନକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।