ମଧ୍ୟ ରାତ୍ରରେ ଗାଈ ଗୋଠରୁ ଏକ ଗର୍ଭିଣୀ ଗାଈକୁ ନେଇ ବିଭତ୍ସ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଗାଇଟିର କଟାମୁଣ୍ଡ ଛାଲ ଓ ଲାଞ୍ଜ ପାଖରେ ଥିବା ଏକ ପଡ଼ିଆରେ ପଡିଥିବା ବେଳେ ନିକଟରେ ଥିବା ରକ୍ତ ଛିଟା ଓ କଟା ଚିହ୍ନ ରହିଥିବାରୁ ଏହା କୌଣସି ବନ୍ୟ ଜନ୍ତୁ ଦ୍ୱାରା ଶିକାର ହୋଇ ନଥିବା କୁହାଯାଉଛି। ତେବେ ଏହା ଅଣ ହିନ୍ଦୁ ମାନେ ସଂଘ ବଦ୍ଧ ହୋଇ ମାଂସ ନେବା ଲାଳସାରେ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏନେଇ ଗାଙ୍ଗପୁର ଥାନା ରେ ଗାଈ ଗୋଠ ମାଲିକ ନିରଞ୍ଜ ଗୌଡ଼ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଭିଓ-1
ଆସିକା ବ୍ଳକ କେଶପୁର ଗ୍ରାମର ଅନିତ ଦୁରରେ ଥିବା ଏକ ପାହାଡ଼ ମୁଣ୍ଡିଆ ତଳେ ତିନୋଟି ଗାଈ ଗୋଠ ରହିଛି। ଗୋଟିଏ ଗୋଟିଏ ଗୋଠରେ ପାଖାପାଖି 40 ରୁ 50 ଟି ଗାଈ ଗୋରୁ ରହନ୍ତି। ଦିନ ବେଳା ଗାଈ ଗୋଠର ମାଲିକ ମାନେ ବିଭନ୍ନ ସ୍ଥାନ ରେ ଚରାଇବା ପରେ ରାତ୍ରି ରେ ଗୋଠରେ ଗାଈ ବାନ୍ଧି ଥାନ୍ତି। ଖୋଲା ଆକାଶ ତଳେ ଗାଈ ମାନେ ରାତି ତମାମ ରହୁଥିବାରୁ ଦୁର୍ବୁଦଙ୍କୁ ଏହା ସୁଯୋଗ ଜୁଟାଇଛି। ଗାଈ ର କ୍ଷୀର ବିକି ନିଜ ପରିବାର ପ୍ରତି ପୋଷଣ ହେଉଥିବା ଏହି ନିରୀହ ଗାଈ ଗୋଠ ଜଗୁଆଳି ଏବେ ଏହି ଘଟଣା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏବେ ଜନ୍ତୁଙ୍କ ସୁରକ୍ଷା ଚିନ୍ତା ଘରିଥିବା ବେଳେ ଗାଈ ବିକ୍ରି କରି ଗୋଠ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଲେଣି।
Byte-ଦ୍ରାପଦି ଗୌଡ଼(ଗାଈ ଗୋଠ ମାଲିକ)
ଭିଓ-2
ଗ୍ରାମବାସୀ ପକ୍ଷରୁ ଗର୍ଭଉଣୀ ଗାଈକୁ ହତ୍ୟା କରିବା ପଛରେ ଏକ ସୂଚିନ୍ତିତ ସଡ଼ ଯନ୍ତ ରହିଥିବା ଏବଂ ଏହା କୌଣସି ହିନ୍ଦୁ ସମ୍ପ୍ରଦାୟର ହୋଇନଥିବା ବ୍ୟକ୍ତି ବିଶେଷ ବୋଲି ଅଭିଯୋଗ କରାଯାଇଛି। ଏହା ଏକ ସଂଘ ବଦ୍ଧ ଘଟଣା ଘଟାଇ ଥିବାରୁ ଗ୍ରାମବାସୀ ଏବେ ସଜାଗ ହେଲେଣି।
Bayte-ଗଣେଶ ଗୌଡ଼(ଗ୍ରାମ ସଭାପତି)
ଭିଓ-3
ଏପଟେ କିଛି ହିନ୍ଦୁ ସଙ୍ଘଠନ ମଧ୍ୟ ଗାଁରେ ପହଁଚି ଏପରି ଗୋମାତା ହତ୍ୟା କୁ ନେଇ ନିନ୍ଦା କରିବା ସହ ଏହା ସହ ଜଡିତ ଥିବା ଦୁର୍ବୁଦ୍ଧ ଙ୍କୁ ଧରି କୋଠରୁ କୋଠର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।