ଭଞ୍ଜନଗର 25/08 : ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଧରପଗଡ଼ କରାଯାଇ ୩ ଅଭିଯୁକ୍ତ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୦୦ ଲିଟର ହାତ ରନ୍ଧା ଦେଶୀ ମଦ ଓ ୭୦ ଲିଟର ବାହାର ଭାଟି ମଦ ଜବତ ହୋଇଛି। ଏହି ବେଆଇନ କାରବାର ସମ୍ପୁକ୍ତି ଅଭିଯୋଗରେ ଅଢେଇଗାଁ ଶଙ୍କର ବିଷୋୟୀ,ଗାଙ୍ଗପୁରର ପବିତ୍ର ଓ ଜିଲୁଣ୍ଡା ର ରାଜେନ୍ଦ୍ର ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ଅବକାରୀ ଥାନାଧିକାରୀ ଅଂଶୁମାନ ଜେନା,ଅବକାରୀ ଓଆଇସି ଅଲିଭା ମାଝୀ,ଏଏସଆଇ ନିରଞ୍ଜନ ବେହେରା, ଭୁବନି ବେହେରା, ସନାତନ ନାହାକ,ସୁବଳ ପ୍ରଧାନ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ, ସ୍ୱାଧୀନ ସାହୁ ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ ।