Tuesday, August 23, 2022
Homeକ୍ରୀଡ଼ାଙ୍ଗନା ତାଲିମ ଶିବିର ଉଦଯାପିତ

କ୍ରୀଡ଼ାଙ୍ଗନା ତାଲିମ ଶିବିର ଉଦଯାପିତ

ଧରାକୋଟ,24/8/23
ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା କ୍ରୀଡାଙ୍ଗନା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରକୁ ବି ଇ ଓ ଲିଙ୍ଗରାଜ ସ୍ବାଇଁ ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ଅତିରିକ୍ତ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ ଓ ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।  ବ୍ଲକର କୋଡିଏ ଗୋଟି ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଓ କଳା ଶିକ୍ଷକ ଓ ଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଭାବରେ ଅନିଲ ନାୟକ ଓ ଚନ୍ଦ୍ର ଶେଖର ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡ଼ା ମାଧ୍ୟମରେ ଶିକ୍ଷାଦାନ, କମ ସମୟ ରେ ଅଧିକ ଛାତ୍ର ଛାତ୍ରୀ କିପରି କ୍ଷୁଦ୍ର ଖେଳରେ ଅଂଶ ଗ୍ରହଣ କରିବେ ,ପିଲାଙ୍କ ଜୀବନ କୌଶଳ ର କିପରି ବିକାଶ ଘଟିବ,ସମସ୍ୟାର ସମାଧାନ,ଆତ୍ମ ସଚେତନତା,ଯୋଗାଯୋଗ, ଆପୋଷ ବୁଝାମଣା ଓ ସମାନୁଭୂତି ସମ୍ପର୍କରେ ସମସ୍ତଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!